ଧଳା ଲାଞ୍ଜ ହରିଣଙ୍କ ଠାରେ କରୋନା ଚିହ୍ନଟ! ପ୍ରଥମଥର ପାଇଁ ହରିଣ ଠାରୁ ସଂକ୍ରମିତ ହେଲେ ମଣିଷ
ନୂଆଦିଲ୍ଲୀ : ପୁଣି କରୋନାର ନୂଆ ଜନ୍ମ । ମଣିଷଙ୍କ ପରେ ପଶୁଙ୍କ ଠାରେ ଦେଖା ଦେଉଛି ନୂଆ ଭାରିଆଣ୍ଟ । ଧଳା ଲାଞ୍ଜ ହରିଣଙ୍କ ଠାରେ କରୋନା ଭାଇରସ । ସେପଟେ ୪ର୍ଥ ଲହର ଆସିବା ନେଇ ଆଶଙ୍କା ଦେଖାଦେଲାଣି । ତେବେ ବର୍ତ୍ତମାନ ଦେଶରେ କରୋନା ଭାଇରସର ସଂକ୍ରମଣ କମୁଛି । ତୃତୀୟ ଲହର ଖୁବ ଭୟାନକ ଥିବାବେଳେ ଏହାକୁ ହରାଇଛି ଭ୍ୟାକସିନ । ନୂଆ ନୂଆ ଭାରିଆଣ୍ଟ ମଧ୍ୟ ନଜରରେ ଆସିଛି । ହେଲେ ସେଥିପାଇଁ ପ୍ରସ୍ତୁତ ଥିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ ।
ଦେଶରୁ କରୋନା ସଂକ୍ରମଣ କମିବାର ଖବର ଆଶ୍ୱସ୍ତି ଦେଇଥିବା ବେଳେ ସମ୍ନାକୁ ଆସିଛି ଆଉ ଏକ ଖବର । ଯାହା ଆଶ୍ଚର୍ୟ୍ୟକର ହୋଇନଥିଲେ ମଧ୍ୟ ଚିନ୍ତାଜନକ । ନିକଟରେ ଏକ ହରିଣଠାରେ କରୋନାର ନୂଆ ମାରାତ୍ମକ ଭାରିଆଣ୍ଟ ଦେଖିବାକୁ ମିଳିଛି ବୋଲି ବୈଜ୍ଞାନିକମାନେ ମତପ୍ରକାଶ କରିଛନ୍ତି । ପ୍ରଥମ ଥର ପାଇଁ ହରିଣଠାରୁ ମଣିଷଙ୍କୁ କରୋନା ଭାଇରସ ସଂକ୍ରମିତ ହେବାର ଦେଖିବାକୁ ମିଳିଛି ।
ଏହି ନୂଆ ମାରାତ୍ମକ ଭାଇରସ ୨୦୨୦ ରୁ ହରିଣ ଠାରେ ସଂକ୍ରମିତ ହୋଇଚାଲିଛି । ଏହି ନୂଆ ଭାରିଆଣ୍ଟ ଦକ୍ଷିଣ-ପଶ୍ଚିମ ଓଂଟାରିଓର ହରିଣମାନଙ୍କ ଠାରେ ଦେଖିବାକୁ ମିଳିଛି । ଖାଲି ଏତିକି ନୁହେଁ ଏହା ସହ ଏହି ନୂଆ ଭାରିଆଣ୍ଟ ଓଂଟାରିଓର ଜଣେ ନିବାସୀଙ୍କ ଠାରେ ମଧ୍ୟ ଦେଖିବାକୁ ମିଳିଛି । ସୂଚନା ମୁତାବକ ସଂକ୍ରମିତ ଲୋକ ଜଣଙ୍କ ହରିଣଙ୍କ ଆଖପାଖରେ ରହୁଥିଲେ ।
