ଯୁଦ୍ଧରୁ ଆସିଲା ମାନବିକତାର ଚିତ୍ର; ଆତ୍ମସମର୍ପଣ କଲେ ଋଷ ଯବାନ, ସୁରକ୍ଷା ଦେଲେ ୟୁକ୍ରେନ ନାଗରିକ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଘନଘନ ମିସାଇଲ ମାଡ଼ । ଶହ ଶହ ନିରିହ ଲୋକଙ୍କ ଗଲାଣି ଜୀବନ । ଭୟରେ ଥରୁଛି ୟୁକ୍ରେନ ମାଟି । କେତେବେଳେ କାହାର ଜୀବନ ଯିବ ତାହାବି ଜଣାନାହିଁ । ଯେପରି କଥାରେ ଅଛି ମୃତ୍ୟୁ ଆସି କବାଟ ଠକ ଠକ କରୁଛି । କେଉଁ ମୁହୁର୍ତ୍ତରେ କିଛି ବି ହୋଇପାରେ । ଛାର୍ଖାର୍ ହୋଇଗଲାଣି ୟୁକ୍ରେନ୍ । ଏହାରି ଭିତରେ ଆସିଛି ମାନବିକତାର ଭିଡିଓ । ଯାହା ଦୃଦୟ ବିଦାରକ । ଗୋଟେପଟେ ଋଷ ସେନା ୟୁକ୍ରେନ ଭିତରେ ପଶି ଗୋଟେ ପରେ ଗୋଟେ ମିଶାଇଲ ମାଡ଼ କରି ଚାଲିଛନ୍ତି । ୟୁକ୍ରେନକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରୁଛନ୍ତି । ଅନ୍ୟପଟେ ୟୁକ୍ରେନ୍ ଲୋକଙ୍କ ଆଗରେ କାନ୍ଦିପକାଇ ଆତ୍ମସମର୍ପଣ କରିଛନ୍ତି ଅନ୍ୟ ଜଣେ ଋଷ ସୈନିକ ।
Video shared on Ukrainian channels of a captured Russian soldier apparently being fed by locals. The post says he burst into tears when he was allowed to video-call his mother. So many of these troops are just teenagers, with absolutely no clue what this war is really for. pic.twitter.com/oCPUC8cKcO
— Matthew Luxmoore (@mjluxmoore) March 2, 2022
ଗୋଟିଏ ପଟେ ନିଷ୍ଟୁରତାର ସମସ୍ତ ସୀମା ଋଷ ପାର୍ କରୁଥିବାବେଳେ ଅନ୍ୟପଟେ ଆତ୍ମସମର୍ପଣ କରିଥିବା ସୈନିକଙ୍କୁ ସୁରକ୍ଷା ଦେଉଛନ୍ତି ୟୁକ୍ରେନ ନାଗରିକ । କେବଳ ସୁରକ୍ଷା ଦେଉଛନ୍ତି ତାହା ନୁହେଁ ଖାଇବାକୁ ବି ଦେଉଛନ୍ତି । ଆଉ ସାହସ ମଧ୍ୟ ଦେଉଛନ୍ତି । କେବଳ ସେତିକି ନୁହେଁ ଫୋନ ଯୋଗେ ସେହି ସୈନିକଙ୍କ ମା’ଙ୍କ ସହିତ କଥାବାର୍ତ୍ତା ବି କରାଉଛନ୍ତି । ମା’ଙ୍କ ସହିତ କଥା ହେବା ବେଳେ ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି ଋଷର ସେହି ଯବାନ ଜଣଙ୍କ । ସେଥିରେ ଛଳନା ଥିବା ଭଳି ଆଦୌ ଲାଗୁନାହିଁ । କେବଳ ଅନୁତାପ, ଅନୁଶୋଚନା ଆଉ ବାସ୍ତବତା ଥିବା ଭଳି ଲାଗୁଛି । ଦୃଶ୍ୟ ଦେଖି ଯାହା ଅନୁମାନ କରିହେଉଛି । ଯବାନ୍ ଜଣଙ୍କ ଖୁବ୍ କମ ଦିନ ହେବ ଋଷ ସେନାରେ ଭର୍ତ୍ତି ହୋଇଛନ୍ତି । ଭିଡିଓକୁ ମାଥ୍ୟୁ ଲକ୍ସମୋରେ ନାମକ ଜଣେ ସାମ୍ବାଦିକ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
