ଶିଳ୍ପୀ ବିକାଶ ମହୋତ୍ସବ ଓ କୁଂଜ ମେଳା ଉଦ୍ଯାପିତ
ଜଳେଶ୍ୱର : ଜଳେଶ୍ୱର ବ୍ଲକ ଆରୁହା ପଂଚାୟତର ଶାଳିକୋଠାସ୍ଥିତ ଶିଳ୍ପୀଧାମଠାରେ ବିଣାପାଣି ପୂଜାକମିଟି ପକ୍ଷରୁ ଶିଳ୍ପୀ ବିକାଶ ମହୋତ୍ସବ ଓ କୁଂଜମେଳା ଉଦ୍ଯାପିତ ହୋଇଛି । ଏଥିରେ ଓଷ୍ଟାର ବ୍ଲକ ସଂପାଦକ ଡ. ଅଜିତ୍ ମହାନ୍ତି ଅଧ୍ୟକ୍ଷତା କରିଥିଲେ । କଂଗ୍ରେସ ନେତା ତଥା ସ୍ତମ୍ଭକାର ସୁଦର୍ଶନ ଦାସ ମୁଖ୍ୟ ଅତିଥି , ସମାଜସେବୀ ଓ ସାମ୍ବାଦିକ ସତ୍ୟଶିବ ଦାସ ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ସମାଜରେ ଆତ୍ମ ବିଶ୍ୱାସର ସଂକଟ ସୃଷ୍ଟି ହୋଇଥିବା ବେଳେ ଶିଳ୍ପୀଟିଏ ଆତ୍ମବିଶ୍ୱାସକୁ ନେଇ ଜୀବନ୍ତ ସର୍ଜନା କରିବା ସହିତ ନିଜେ ବଂଚିଥାଏ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତପ ପୌରପାଳ ପ୍ରବୀର ପ୍ରଧାନ, ସମୀର ପାତ୍ର, ଆଇନ୍ଜିବୀ ଜିତାଂଶୁ ନନ୍ଦୀ, ସାମ୍ବାଦିକ ରାଜେଶ ପ୍ରଧାନ, ଆଲୋକ ଘଡେଇ, ଭୋଳାନାଥ ସିଂ, ଦିଳ୍ଲିପ ଗିରି, ସରପଂଚ ତପନୀ ଭୂୟାଁ, ଶରତ ପଣ୍ଡା, ଭୂପତି ମହାନ୍ତି, ଗଣେଶ ପରିଡା, ମଧୁଛନ୍ଦା ମହାନ୍ତି, ଶ୍ରୀକଣ୍ଠ ମହାନ୍ତି, ରାଜେନ୍ଦ୍ର ପାତ୍ର, ବଂଣୀଧର ବାରିକ, ପୂର୍ବତନ ଅଧ୍ୟକ୍ଷ ରବିନାରାୟଣ ରଥ ଉପସ୍ଥିତ ଥିଲେ । ପ୍ରଦୀପ କୁମାର ମହାନ୍ତି ଧନ୍ୟବାଦ ଅପ;ଣ କରିଥିବା ବେଳେ ଶିଳ୍ପୀଗୁରୁ ବସନ୍ତ ଦାସ, କେଶବ ଜେନାଙ୍କୁ ସମ୍ମାନୀତ କରାଯାଇଥିଲା । ଅଷ୍ଟମ ସଂଧ୍ୟାରେ ଦିଲ୍ଲିପ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ସିଦ୍ଧାର୍ଶ ଶଂକର ପାଳ ଓ ମୁଖ୍ୟବକ୍ତାଭାବେ ସାମ୍ବାଦିକ ଅମର ଆଚାର୍ଯ୍ୟ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ସାମ୍ବାଦିକ ଅଜିତ୍ ଦାସ, ସତ୍ୟବ୍ରତ ସୋମ, ତପନ ବିଶ୍ୱାଳ, ଡ. ଅଜିତ୍ ମହାନ୍ତି ବକ୍ତବ୍ୟ ରଖିଥିଲେ । ଅନୁପ ପଣ୍ଡା ମଂଚ ଆହ୍ୱାନ ଓ ପ୍ରଦୀପ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
