କଲେଜଛକରେ ଚାହା ରେ ନିଶା ଦେଇ ଦୋକାନୀଙ୍କ ନିକଟରୁ ଲୁଟ, ସିସିଟିଭିରେ କଏଦ ଲୁଟ ବେଳର ଦୃଶ୍ୟ
ସୋର : ସୋର ପୌରପାଳିକା ଅନ୍ତର୍ଗତ କଲେଜଛକ ନିକଟରୁ ଜଣେ କଦଳୀ ଦୋକାନୀଙ୍କ ନିକଟରୁ ଗତ ଶନିବାର ଦିନ ପୂର୍ବାହ୍ନରେ ଚାହାରେ ନିଶା ଦେଇ ଲୁଟ କରିଥିବାର ଦୃଶ୍ୟ ସିସିଟିଭିରେ କଏଦ ହେବା ପରେ ଭାଇରାଲ ହେବାରେ ଲାଗିଛି. ଏହି ଛକ ନିକଟରେ ଇଟୁଆ ଗ୍ରାମର ରଘୁନାଥ ସେଠୀ ଏକ ଠେଲାରେ କଦଳୀ, ନଡ଼ିଆ ଦୋକାନ କରିଥିଲେ.କିନ୍ତୁ ପୂର୍ବାହ୍ନରେ ହଳଦିଆ ରଙ୍ଗର ବେନିଆନ ପିନ୍ଧିଥିବା ଜଣେ ବ୍ୟକ୍ତି ବାଇକରେ ଆସି ତାଙ୍କୁ ଦର ପଚାରିବା ପରେ ତାଙ୍କ ସହ ମିଶିଯାଇଥିଲେ. ପରେ ତାଙ୍କ ମନରେ ବିଶ୍ୱାସ ଜନ୍ମାଇ ତାଙ୍କୁ ଚାହାରେ ନିଶା ମିଶାଇ ପିଇବାକୁ ଦେଇଥିଲେ. ନିଶା ହେବା ପରେ ତାଙ୍କ ନିକଟରୁ ଚତୁରତାର ସହ ଟଙ୍କା ବ୍ୟାଗଟିକୁ ନେଇ ବାଇକରେ ଫେରାର ହୋଇଯାଇଥିଲେ. ରଘୁନାଥ ତାଙ୍କ ବାଇକକୁ ଅଟକାଇବାକୁ ଚେଷ୍ଟା କରି ବିଫଳ ହେଉଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି. ଏହି ଫୁଟେଜ ଆଜି ଅପରାହ୍ନରେ ମୋବାଇଲ ରୁ ମୋବାଇଲକୁ ଘୁରି ବୁଲୁଥିବା ବେଳେ ଏହା ଖୁବ ଭାଇରାଲ ହେଉଥିବା ଦେଖାଯାଇଛି. କିନ୍ତୁ ଏପର୍ଯ୍ୟନ୍ତ ରଘୁନାଥଙ୍କ ତରଫରୁ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାଯାଇଛି. ଦିନକୁ ଦିନ ସୋର ଅଞ୍ଚଳରେ ଚୋରି, ଡକାୟତି ଏବଂ ଲୁଟ ଘଟଣା ବଢ଼ି ଚାଲିଥିବା ବେଳେ ଏହା ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛିଇ I
