ଚୋରା ଦେଶୀ ମଦ ଜବତ, ୨ ଗିରଫ
ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡ଼ି ଅବକାରୀ ଥାନା ଅଧୀନରେ ଥିବା କମାରିଆ ବଜାର ଓ ବାରବାଟିଆ ଗ୍ରାମରୁ ଚୋରା ଦେଶୀ ମଦ ଜବତ କରାଯାଇଛି । ଅବକାରୀ ଥାନା ପକ୍ଷରୁ ଏ ନେଇ ମକଦ୍ଦମା ରୁଜୁ କରାଯାଇ କମାରିଆ ବଜାରର ଅନନ୍ତ ଜେନା ଓ ବାରବାଟିଆ ଗ୍ରାମର ଡଲି ଜେନାଙ୍କୁ ଗିରଫ କରାଯାଇଛି । ପ୍ରକାଶ ଯେ, ଶୁକ୍ରବାର ସକାଳେ ଅବକାରୀ ଥାନା ପକ୍ଷରୁ ଚଢ଼ାଉ କରାଯାଇ ଦୁଇଟି ସ୍ଥାନରୁ ୨୪ ଲିଟର ଦେଶୀ ମଦ ଜବତ କରାଯାଇଛି । ଏହି ଚଢ଼ାଉରେ ତିହିଡ଼ି ଅବକାରୀ ଥାନା ଅଧିକାରୀ ସନ୍ଧ୍ୟାରାଣୀ ଦାସ, ଅନାବାଦିତ୍ୟ ବାରିକ, ରମେଶ ନାୟକ, ଅଜିତ୍ ସିଙ୍କୁ, ଜେମାମଣି ଜାମୁଦା ପ୍ରମୁଖ ଉକ୍ତ ଚଢ଼ାଉରେ ସାମିଲ ଥିଲେ ।
