ବରିଷ୍ଠ ବିଜେଡି ନେତା ରାଜକିଶୋର ମହାଳିକଙ୍କ ପରଲୋକ
ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଗୁଡ଼ୁପାଳ ଗ୍ରାମର ବରିଷ୍ଠ ବିଜେଡି ନେତା ରାଜକିଶୋର ମହାଳିକ (୭୧)ଙ୍କର ଶନିବାର ସକାଳେ ହୃଦଘାତରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ମହାଳିକ ଦୀର୍ଘଦିନ ଧରି ଜନତା ଦଳ ଓ ବିଜୁ ଜନତା ଦଳରେ ରହି ସକ୍ରିୟ ଭାବେ କାର୍ଯ୍ୟ କରିଆସୁଥିଲେ । ସେ ଜଣେ ଶାନ୍ତ, ସରଳ, କର୍ତ୍ତବ୍ୟନିଷ୍ଠ, ପରୋପକାରୀ, ମେଳାପି ଓ ଧର୍ମପରାୟଣ ବ୍ୟକ୍ତି ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ମୁକୁନ୍ଦପୁର ପଞ୍ଚାୟତ ବିଜେଡି ସଭାପତି ଗଣେଶ ପ୍ରସାଦ ନାୟକ, ବରିଷ୍ଠ ବିଜେଡି ନେତା ଚିନ୍ତାମଣି ଦାସ, କମଳାକାନ୍ତ ସ୍ୱାଇଁ, ସରପଞ୍ଚଙ୍କ ପ୍ରତିନିଧି ସୁଧାଂଶୁ ମହାଳିକ, ସରପଞ୍ଚ ତାପସ ବେହେରା, ପୂର୍ବତନ ସରପଞ୍ଚ ହରେକୃଷ୍ଣ ଜେନା, କୀର୍ତ୍ତନ ରାଉତ, ଅଜୟ ରାଉତ, ବିଷ୍ଣୁ କୁଅଁର, ପୂର୍ବତନ ସମିତିସଭ୍ୟ ଉମାକାନ୍ତ ଦାସ, ବିଜେଡି ନେତା ଅଜୟ ବେହେରା, ଲୁନା ମହଲା, ସୁଧାଂଶୁ ନାୟକ, ସହଦେବ ଦଳେଇ, ପୀତାମ୍ବର ସେଠୀ, ହେମନ୍ତ ମହାନ୍ତି, ସମାଜସେବୀ ତ୍ରିଲୋଚନ ମହାଳିକ, ଅବସରପ୍ରାପ୍ତ ପିଇଓ ଅଶୋକ ପାଣି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ବାସ ଭବନରେ ପହଞ୍ôଚ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ମୃତ୍ୟୁରେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ପୂର୍ବତନ ବିଧାୟକ ବିଜୟ କୁମାର ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବିଜେଡି ବ୍ଳକ ସଭାପତି ରଘୁନାଥ ପଣ୍ଡା, ଜିଲା ଉପସଭାପତି ସୁରେନ୍ଦ୍ର କୁମାର ନାୟକ, ବିଧାୟକ ପ୍ରତିନିଧି ବାପୁଜୀ ନାୟକ, ବିଜେଡି ନେତା ହିମାଦ୍ରୀ ରାଉତରାୟ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ବଡ଼ପୁଅ ଅଜୟ ମହାଳିକ ମୁଖାଗ୍ନି ଦେଇଥିଲେ ।
