୫-ଟି ରୂପାନ୍ତରୀକରଣ ବିଦ୍ୟାଳୟକୁ ନେଇ ସଚିବଙ୍କ ଭିଡିଓ କନ୍ଫରେନ୍ସ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଭିଡିଓ କନଫରେନ୍ସିଂ ହଲରେ ମଙ୍ଗଳବାର ୫-ଟି ଅନ୍ତର୍ଭୁକ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣକୁ ନେଇ ସଚିବ ଭି.କେ. ପାଣ୍ଡିଆନ ଭିଡିଓ କନ୍ଫରେନ୍ସ କରିଥିଲେ । ଏହି ଭିଡିଓ କନ୍ଫରେନ୍ସରେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ ୫-ଟି ବିଦ୍ୟାଳୟ ରୂପାନ୍ତରୀକରଣ ସରକାରୀ ନୁହେଁ, ଏହା ଏକ ସାମାଜିକ କାର୍ଯ୍ୟକ୍ରମ । ସମସ୍ତ ଲୋକପ୍ରତିନିଧି, ଆଲୁମୁନି ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇ ପାରିବ । ସହରାଂଚଳ ଓ ଗ୍ରାମାଞ୍ଚଳର ତାରତମ୍ୟକୁ ଦୂର କରିବା ପାଇଁ ୫-ଟି ରୂପାନ୍ତରିତ ବିଦ୍ୟାଳୟର ଲକ୍ଷ୍ୟ ବୋଲି କହିଥିଲେ ।
ଏହି ଭିଡିଓ କନ୍ଫରେନ୍ସରେ ବିଡିଓ ଜ୍ୟୋତିର୍ମୟ କର, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ସହକାରୀ ଯନ୍ତ୍ରୀ ଟିକଚାନ୍ଦ କାଲୋ, ବିଇଓ ମଧୁସୂଦନ ସେଣ୍ଢ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ତିହିଡ଼ି ବ୍ଲକର ତୃତୀୟ ପର୍ଯ୍ୟାୟରେ ଦହପାଣିଆ ସରକାରୀ ହାଇସ୍କୁଲ, କାଁପଡ଼ା ବାସୁଳୀ ନୋଡାଲ ହାଇସ୍କୁଲ, ଈଶ୍ୱରପୁର ଦପା ନାୟକାଣୀ ନୋଡାଲ ହାଇସ୍କୁଲ, ନରେନ୍ଦ୍ରପୁର ୟୁଜି ନୋଡାଲ ବିଦ୍ୟାପୀଠ, ପାଳିଆବିନ୍ଧା ରାମାନୁଜ ବିଦ୍ୟାପୀଠ, ବାହାବଳପୁର ଏନ.କେ. ନୋଡାଲ ହାଇସ୍କୁଲ, ତାଳପଦା ସରକାରୀ ବାଳିକା ହାଇସ୍କୁଲ, ଅଚକ ଆଞ୍ଚଳିକ ସହଯୋଗ ହାଇସ୍କୁଲ, ମହରମପୁର ଉମା ଚରଣ ସହଯୋଗ ହାଇସ୍କୁଲ, କଣ୍ଡରାଗଡ଼ିଆ ମିନାମୁନି ହାଇସ୍କୁଲ ଇତ୍ୟାଦି ୧୦ଟି ହାଇସ୍କୁଲକୁ ରୂପାନ୍ତରୀକରଣ ଯୋଜନାରେ ସାମିଲ କରାଯାଇଛି ।
ଏହି ଭିଡିଓ କନ୍ଫରେନ୍ସରେ ପ୍ରଧାନ ଶିକ୍ଷକ ସନତ କୁମାର ବେହେରା, ଗୋଲେଖ ଚନ୍ଦ୍ର ରାଉତ, ବଂଶୀଧର ଲେଙ୍କା, ଶ୍ରୀକାନ୍ତ ମଲ୍ଳିକ, କୃତ୍ତିବାସ ଜେନା, ଶୁଭେନ୍ଦ୍ର କୁମାର ମାଝୀ, ବାସୁଦେବ ରଣା, କିଶେର ଚନ୍ଦ୍ର ବାରିକ, ପ୍ରଶାନ୍ତ କୁମାର ମହାରଣା, ଜନ୍ମେଜୟ ମିଶ୍ର, ବିଦ୍ୟାଳୟର ଆଲୁମୁନି ସୋମନାଥ ମଲିକ, ଶଶଧର ନାୟକ, ଅମୀୟ କୁମାର ମଲିକ, ପ୍ରଫୁଲ୍ଲ କୁମାର ଧଳ, ବାଣିକଲ୍ୟାଣ ମହାପାତ୍ର, ଧୀରେନ୍ଦ୍ର କୁମାର ସାହୁ, ଶରତ ରାଉତ, ସୁବୋଧ କୁମାର ବଳ, ସରପଞ୍ଚ କୁନ୍ତଳା ମଳିକ, ପବିତ୍ରମୋହନ ମଳିକ, ତାପସ କୁମାର ବେହେରା, ସମାଜସେବୀ ଶରତ କୁମାର ଦାସ, ଛାତ୍ରୀ ଶାଶ୍ୱତୀ ଦାସ, ଦିପ୍ତୀମୟୀ ଦାସ, ଛାତ୍ର ସୌମରଂଜନ ମଲିକ, ପ୍ରୀତମ ପଶୁପାଳ, ରାଜୀବଲୋଚନ ବଳ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତବ୍ୟକ୍ତ କରିଥିଲେ ।
