ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତା ଦ୍ୱିତୀୟ ଦିବସରେ ଦମଦାର ଖେଳ
ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟରେ ଚାଲିଥିବା ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତାର ଦ୍ୱିତୀୟ ଦିବସ ପ୍ରତିଯୋଗିତାରେ ବି.ବି.ଏମ.କେ ବିଶ୍ୱବିଦ୍ୟାଳୟ ଧାନବାଦ ଗୁରୁଘାସିଦାସ ବିଶ୍ୱବିଦ୍ୟାଳୟକୁ ୫୮-୨୯ରେ, ପାଟନା ବିଶ୍ୱବିଦ୍ୟାଳୟ ଭି.କେ.ଏସ. ବିଶ୍ୱବିଦ୍ୟାଳୟ ଆରାକୁ ୫୦-୪୯ରେ, ଓୟୁଏଟି ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟକୁ ୪୭-୩୫ରେ, ଏସ.ଜି.ଜି. ବିଶ୍ୱବିଦ୍ୟାଳୟ ସରଗୁଜା ସି.ଏସ.ଭି. ଟେକ୍ ବିଶ୍ୱବିଦ୍ୟାଳୟ ଭିଲାଇକୁ ୪୯-୩୫ରେ, କିଟ୍ ବିଶ୍ୱବିଦ୍ୟାଳୟ ଏମ.ଜି.ସି.ଜି ବିଶ୍ୱବିଦ୍ୟାଳୟ ସତନାକୁ ୪୮-୮ରେ, ମୁଙ୍ଗେର ବିଶ୍ୱବିଦ୍ୟାଳୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦକ୍ଷିଣ ବିହାରକୁ ୨୮-୫ ରେ, ଉତ୍କଳ ବିଶ୍ୱବିଦ୍ୟାଳୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ୩୯-୧୯ରେ, ଆଡାମାସ ବିଶ୍ୱବିଦ୍ୟାଳୟ ଏସ.ଏନ.ପି ବିଶ୍ୱବିଦ୍ୟାଳୟ ରାଇଗଡ଼କୁ ୪୩-୩୯ରେ, ପଣ୍ଡିତ ରବିଶଙ୍କର ବିଶ୍ୱବିଦ୍ୟାଳୟ ରାଇପୁର କଲ୍ୟାଣୀ ବିଶ୍ୱବିଦ୍ୟାଳୟକୁ ୫୨-୩୩ରେ, ଏ.ପି.ଏସ. ବିଶ୍ୱବିଦ୍ୟାଳୟ ରେୱା ଟି.ଏମ. ଭାଗଲପୁର ବିଶ୍ୱବିଦ୍ୟାଳୟକୁ ୫୭-୧୪ରେ, କଲିକତା ବିଶ୍ୱବିଦ୍ୟାଳୟ ସେଂଚୁରିଆନ ବିଶ୍ୱବିଦ୍ୟାଳୟକୁ ୩୨-୩୧ରେ, ଏଲ.ଏନ. ମିଥିଳା ବିଶ୍ୱବିଦ୍ୟାଳୟ ଏସ.ଏମ.କେ ବିଶ୍ୱବିଦ୍ୟାଳୟ ବସ୍ତରକୁ ୪୪-୨୩ରେ, ହେମଚାନ୍ଦ ଯାଦବ ବିଶ୍ୱବିଦ୍ୟାଳୟ ରାଂଚି ବିଶ୍ୱବିଦ୍ୟାଳୟକୁ ୫୮-୧୧ରେ, ଏ.ବି.ଭି. ବିଶ୍ୱବିଦ୍ୟାଳୟ ବିଳାସପୁର ପଶ୍ଚିମବଙ୍ଗ ରାଜ୍ୟ ବିଶ୍ୱବିଦ୍ୟାଳୟକୁ ୫୭-୩୫ରେ ପରାସ୍ତ କରିଥିଲା । ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟ ସିଦ୍ଧାର୍ଥ ବିଶ୍ୱବିଦ୍ୟାଳୟର ଅନୁପସ୍ଥିତିରେ ୱାକଓଭର ପାଇଥିବାର ଜଣାଯାଇଛି ।
