ବାରିପଦା : ଜିଲା ସ୍ତରୀୟ ଭଲିବଲ ପ୍ରଶିକ୍ଷଣ ଶିବିର ଉଦଯାପିତ
ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମରେ ଜିଲା ସ୍ତରୀୟ ଭଲିବଲ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ମ୍ୟୁନିସିପାଲିଟିର ମୋଟ ୨୮ ଜଣ ଯୁବ ଖେଳାଳି ଅଂଶ ଗ୍ରହଣ କରିଥିଲେ । ପାଇକସାହିରୁ ୫ ଜଣ, ବଡବ୍ରାହ୍ମଣମରାରୁ ୫ ଜଣ, ସାଇଁକୁଳାରୁ ୩ ଜଣ, ଜଇଦାରୁ ୨ ଜଣ, ବଇଁଚ ନୂଆଗାଁରୁ ୨ ଜଣ, ଚିତ୍ରଡାରୁ ୩ ଜଣ, ତୋଟାପଡାରୁ ଜଣେ, ମୋରଡାରୁ ୩ ଜଣ ଖେଳାଳୀ ଯୋଗ ଦେଇଥିବା ବେଳେ ମ୍ୟୁନିସିପାଲିଟିରୁ ୪ ଜଣ ଯୋଗ ଦେଇଥିଲେ ।
ମୁଖ୍ୟ ପ୍ରଶିକ୍ଷକ ମନୋରଂଜନ ଜୀଉଙ୍କ ସମେତ ହରିହର ମଲ୍ଲିକ, ରାଜୀବ କୁମାର ଭୂୟାଁ ଓ ଦୀପକ ବେହେରା ଖେଳାଳି ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ଓ ଉଦଯାପନୀ ଉତ୍ସବରେ ଜିଲା କ୍ରୀଡା ଅଧିକାରୀ ଅବନୀ କୁମାର ମହାନ୍ତି, ମୟୁରଭଂଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଭଲିବଲ ସହ ସମ୍ପାଦକ ପାର୍ଥ ସାରଥୀ ସ୍ୱାଇଁ, ବରିଷ୍ଠ କ୍ରୀଡା ପ୍ରଶିକ୍ଷକ କୁମାର ରଂଜନ ପଣ୍ଡା, କ୍ରୀଡା ଶିକ୍ଷକ ନାରାୟଣ ପୋଦାର, ପ୍ରଭାସ କୁମାର ସାହୁ, ବରିଷ୍ଠ ଭଲିବଲ ଖେଳାଳି ବିଜୟ କୁମାର ଜେନା, ଜାତୀୟ ଖେଳାଳି ମନୋଜ କୁମାର ପତି ଓ ମିଡ଼ିଆ ସଂଯୋଜକ ସୋମନାଥ ସିଂହ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ରାଜୀବ ଲୋଚନ ପରିଡା ଓ ପ୍ରଭାତ କୁମାର ମଲ୍ଲିକ ଶିବିର ପରିଚାଳନାରେ ସହାୟତା କରିଥିଲେ ।
