ରାମଲୀଳା ପ୍ରଚାର ସମିତିର ସଂକ୍ରାନ୍ତି ଉତ୍ସବ
କଟକ : ଆଧ୍ୟାତ୍ମିକ ଅନୁଷ୍ଠାନ ରାମଲୀଳା ପ୍ରଚାର ସମିତିର ସଂକ୍ରାନ୍ତି ଉତ୍ସବ ବିଡାନାସୀସ୍ଥ ଚହଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବୀଣାପାଣି ରାମଲୀଳା ନାଟ୍ୟସଂଘର ଅନୁରୋଧ କ୍ରମେ ଅନୁଷ୍ଠିତ ଏହି ଉତ୍ସବରେ ସମିତିର ସଭାପତି ଚୈାଧୁରୀ କାଶୀନାଥ ମଲ୍ଲିକ ସଭାପତିତ୍ୱ କରିଥିଲେ । ପ୍ରାରମ୍ଭରେ ସର୍ବବ୍ୟବସ୍ଥାପକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରବଚକ ପ୍ରଦୀପ୍ତ କୁମାର ମହାପାତ୍ର ଉପସ୍ଥିତ ଶ୍ରୋତାଙ୍କୁ ରାମ ରସ ପାନ କରାଇଥିଲେ । ଉତ୍ସବରେ ଅତିଥି ଭାବେ ପଣ୍ଡିତ ନୀଳକଣ୍ଠ ରାଉତ, ସୁରେନ୍ଦ୍ର ନାଥ ପଣ୍ଡା, ଅମରେନ୍ଦ୍ର ମହାନ୍ତି, ଜିତେନ୍ଦ୍ର ସାହୁ, ସୁବାଷ ଚନ୍ଦ୍ର ସାହୁ, ରାକେଶ ସାହୁ, ଲଲାଟେନ୍ଦୁ ବଡୁ, ପ୍ରୀତମ ଦାସ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲୋକ ସଂପର୍କ ପ୍ରମୁଖ କୈଳାସ ଚନ୍ଦ୍ର ଜେନା, ଉପସଭାପତି ପୁଷ୍ପକାନ୍ତି ମହାନ୍ତି, ଅଶୋକ ଦାସ, ରମେଶ ବେହେରା, ସୁବାସ ପରିଡା, ଅଜୟ ସେନାପତି, ଟୁକୁନା ସେନାପତି, ରାଜକିଶୋର ବେହେରା, ମାଧବ ମିଶ୍ର, ସନ୍ତୋଷ କୁମାର ବାରିକ, ଉମେଶ ବେହେରା, ଲକ୍ଷ୍ମୀନାରାୟଣ ମଲ୍ଲିକ, ଶିବଦାସ ପୂର୍ଣ୍ଣଚନ୍ଦ୍ର ସିଂହ, ଦିଲିପ ସ୍ୱାଇଁ, ନଳିନୀ ସେନାପତି, ବିଜୟ ସାହୁ, ପ୍ରଫୁଲ୍ଲ ସାହୁ, ନିରଂଜନ ସାହୁ, ଡା. ରବିରଂଜନ ସାହୁ, ଉତ୍କଳ ଭୁଷଣ ରାଉତରାୟ, ସନ୍ଧ୍ୟାରାଣୀ ମୁଦୁଲି, ଭରତ ପାତ୍ର, ମନୋରଂଜନ ପଣ୍ଡା, ରଂଜନ ସାହୁ, ମହେନ୍ଦ୍ର ସାହୁ, ବସନ୍ତ ବେହେରା, କ୍ଷୀରୋଦ ଜେନା, ଉତ୍ତମ ପ୍ରଧାନ, ରଂଜିତ ଜେନା, ନିଳମଣି ସାହୁ, ପୁଟୁ ଯାଦବ, ବିଜୁ ବାରିକ ପ୍ରମୁଖ ଯୋଗଦେଇଥିଲେ । ବିଶ୍ୱଜିତ ପଟେଲ ରାମଧୂନ ଗାନ କରିଥିଲେ ।
