ମହେଶ୍ୱରପୁରରେ ଗ୍ରାମୀଣ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ
ଚମ୍ପୁଆ : ଚମ୍ପୁଆ ବ୍ଲକ୍ ରଜିଆ ପଂଚାୟତ ଅନ୍ତର୍ଗତ ମହେଶ୍ୱରପୁର ଗ୍ରାମ ରେ ଦୁଇ ଦିନିଆ ଗ୍ରାମୀଣ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ମହେଶ୍ୱରପୁର କ୍ରିକେଟ କମିଟି ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ମୂଖ୍ୟଅତିଥି ଭାବେ ରଜିଆ ସରପଂଚ ସନ୍ତୋଷ କୁମାର ନାୟକ ଯୋଗ ଦେଇ ଖେଳାଳି ମାନଙ୍କୁ ନିଜ ବକ୍ତବ୍ୟ ମାଧ୍ୟମରେ ଉତ୍ସାହିତ କରିଥିଲେ ଏବଂ ଟୁର୍ଣ୍ଣାମେଂଟ ମାଧ୍ୟମରେ ଗ୍ରାମାଂଚଳର ଖେଳାଳି ମାନଙ୍କ ଭିତରେ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରି ପାରିଥିବାରୁ ମହେଶ୍ୱର ପୁର କ୍ରିକେଟ କମିଟିର ସଦସ୍ୟମାନଙ୍କୁ ସାଧୁବାଦ ଜଣାଇଥିଲେ । ଦୁଇ ଦିନ ଧରି ଚାଲିଥିବା ଏହି କ୍ରିକେଟ ଟୁର୍ଣ୍ଣାମେଂଟରେ ଦୂର ଦୁରାନ୍ତରରୁ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । କାଳିକାପ୍ରସାଦ ଏକାଦଶ ଓ ପତଳା ଏକାଦଶ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିବାବେଳେ ଏହି ମ୍ୟାଚ୍ରେ କାଳିକାପ୍ରସାଦ ଏକାଦଶ ପତଳା ଏକାଦଶ କୁ ପରାସ୍ତ କରି ଚାମ୍ପିଅନ ହୋଇଥିଲା । ମୁଖ୍ୟ ଅତିଥି ଚାମ୍ପିଅନ ଦଳକୁ ଟ୍ରଫି ଓ ଅର୍ଥରାଶି ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ୱାର୍ଡମେମ୍ବର ବୀରବଲ୍ ମୁଣ୍ଡା ଓ ଶିବନାଥ ମୁଣ୍ଡା ଯୋଗ ଦେଇଥିଲେ । ଏହି ଖେଳକୁ କମିଟିର ରାଜେଶ ମହାନ୍ତ, ଗଙ୍ଗାଲାଲ ମହାନ୍ତ ଓ ପ୍ରବୀଣ ମହାନ୍ତ ପରିଚାଳନା କରିଥିବାବେଳେ ଭାସ୍ୟକାର ଭାବେ ମୁନା ମହାନ୍ତ ଓ ଜୟନାଥ ମହାନ୍ତ ଖେଳ ବିବରଣୀ ପ୍ରଦାନ କରିଥିଲେ । ବିଷ୍ଣୁ ଚରଣ ମହାନ୍ତ ସ୍କୋରୋର୍ ଦାୟିତ୍ୱ ନିର୍ବାହ କରିଥିଲେ । ମହେଶ୍ୱରପୁର କ୍ରିକେଟ କମିଟିର ସଦସ୍ୟ ଓ ଆଦିବାସୀ ସଂଗ୍ରାମ ସମିତିର ସଦସ୍ୟମାନଙ୍କ ସହିତ ଗ୍ରାମର ସମସ୍ତ ଖେଳପ୍ରେମୀ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ଟୁର୍ଣ୍ଣାମେଣ୍ଟ କୁ ପରିଚାଳନାରେ ସହଯୋଗ କରିଥିବାରୁ କମିଟି ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।
