ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ’ର ଶୁଭ ଆବିର୍ଭାବ ମହୋତ୍ସବ
କେନ୍ଦୁଝର : ଶନିବାର ପଦ୍ମପୁର ସତସଙ୍ଗ କେନ୍ଦ୍ର ଠାରେ ଯୁଗପୁରୁଷୋତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ’ର ୧୩୫ ତମ ଶୁଭ ଆବିର୍ଭାବ ମହୋତ୍ସବ ସହିତ ପଦ୍ମପୁର ସତସଙ୍ଗ କେନ୍ଦ୍ର ର ସପ୍ତମ ବାର୍ଷିକୋତ୍ସବ ଦିବସ ବ୍ୟାପି ଅନୁଷ୍ଠିତ ହୋଇ ଯାଇଛି । ପ୍ରାତଃ ଉଷାକୀର୍ତନ,ବିନତି ପ୍ରାର୍ଥନା ପରେ ଶ୍ରୀ ଶ୍ରୀ ଠାକୁର ଙ୍କୁ ସୁସଜ୍ଜିତ ରଥରେ ଭକ୍ତଜନଙ୍କ ମେଳରେ ନଗର କୀର୍ତନ ପରିକ୍ରମା ହୋଇଯାଇଛି । ସ୍ୱାସ୍ଥ୍ୟ ଶିବିର ରେ ଡ଼ାକ୍ତର ବେଣୁଧର ମୁଦୁଲି (ସପ୍ରଋ) ,ଡ଼ାକ୍ତର ବିଭୁପ୍ରସାଦ ସାହୁ, ଡ଼ାକ୍ତର ଶଙ୍କର୍ଷଣ ସେଠୀଙ୍କ ପରାମର୍ଶ କ୍ରମେ ରୋଗୀମାନଙ୍କୁ ମାଗଣାରେ ଔଷଧ ଦିଆଯାଇଥିଲା । ପୂର୍ବାହ୍ନ ୧୧ଟା ସମୟରେ ସତସଙ୍ଗ ଜିଲ୍ଲା ସଭାପତି ଡାକ୍ତର ବେଣୁଧର ମୁଦୁଲି’ଙ୍କ ପରିଚାଳନାରେ ସତସଙ୍ଗ ଓ ସଦାଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯାଜକ ଶ୍ରୀ ବଳରାମ ସାହୁ ଉତ୍ସବର ଆଭିମୁଖ୍ୟ ଓ ରୂପରେଖ ସମ୍ବନ୍ଧରେ କହିବା ପରେ ଶ୍ରୀ ବସନ୍ତ କୁମାର ସାହୁ (ସପ୍ରଋ ,ପୁରୀ) ଏବଂ ଇଂ ଶ୍ରୀ ଜଗନ୍ନାଥ ବିଶ୍ୱାଳ (ସପ୍ରଋ, ଅନୁଗୁଳ) ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ’ର ଦିବ୍ୟଜୀବନ ଓ ମାନବ ସଭ୍ୟତା ର ବାସ୍ତବ ମଙ୍ଗଳ ର ଦିଗ ଉପରେ ଉଦବୋଧନ ଦେଇଥିଲେ । ମଧ୍ୟାନ୍ନରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଶ୍ରୀ ବୃନ୍ଦାବନ ସାହୁ (ସପ୍ରଋ କେନ୍ଦୁଝର) ଶ୍ରୀ ଶ୍ରୀ ଠାକୁର ଙ୍କ ଆବିର୍ଭାବ ଉପରେ ପାଲା ପରିବେଷଣ କରିଥିଲେ । ଅପରାହ୍ନ ରେ ଶ୍ରୀମତୀ ଲକ୍ଷ୍ମୀ ପ୍ରିୟା ମୁଦୁଲି’ଙ୍କ ପରିଚାଳନା ରେ ମାତୃ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ପାରିବାରିକ ଶିକ୍ଷା ଓ ମାତୃଜଗତର କଲ୍ୟାଣ ପାଇଁ ଶ୍ରୀ ଶ୍ରୀ ବଡ଼ମାଙ୍କ ଦିବ୍ୟଜୀବନ ଉପରେ ଶ୍ରୀମତୀ ସସ୍ମିତା ପ୍ରଧାନ ଉଦବୋଧନ ଦେଇ ଥିଲେ । ଉପସ୍ଥିତ ଭକ୍ତମାନେ ଆନନ୍ଦବଜାର ରେ ପ୍ରସାଦସେବନ କରିଥିଲେ । ଏହି ମହୋତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ କର୍ମୀ ଓ ଭକ୍ତମାନଙ୍କର ସମାବେଶ ହୋଇଥିଲା ।
