ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍ଦଣ୍ଡ
କେନ୍ଦୁଝର : କେନ୍ଦୁଝର ଜିଲା ସଦର ଥାନା ଅଂଚଳରେ ଜଣେ ୫ ବର୍ଷର ନାବାଳିକାକୁ ବଳାତ୍କାର କରିବା ଘଟଣାରେ ଅଭିଯୁକ୍ତଙ୍କ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କେନ୍ଦୁଝର ଜିଲା ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ମାନସ କୁମାର ମିଶ୍ର । ଏହି ଘଟଣାରେ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଆର୍ôଥକ ଜରିମାନା ପ୍ରଦାନ କରାଯାଇଥିବା ବେଳେ ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ରାୟ ପ୍ରଦାନ ହୋଇଛି । ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୭ ମାର୍ଚ୍ଚ ୧୩ରେ ଏହି ଗ୍ରାମରେ ଥିବା ମାମୁଘରକୁ ନିଜ ମା\’ଙ୍କ ସହ ଆସିଥିବା ଜଣେ ୫ ବର୍ଷର ନାବାଳିକା ବାହାରେ ଖେଳୁଥିବା ସମୟରେ ସେହି ଗ୍ରାମର ଘନଶ୍ୟାମ ପାତ୍ର (୨୮) ହୋଲି ଖେଳିବାକୁ ଡାକିନେଇ ସ୍କୁଲ ଘର ପାଇଖାନାରେ ବଳାତ୍କାର କରି ମୁମୂର୍ଷୁ ଅବସ୍ଥାରେ ଛାଡ଼ି ପଳାଇଥିଲେ । ନାବାଳିକା କାନ୍ଦି କାନ୍ଦି ଘରକୁ ଆସି ମାଆଙ୍କୁ ସବୁ ଘଟଣା କହିଥିଲା ମା\’ଙ୍କ ଏତଲାକୁ ଆଧାର କରି ସଦର ପୋଲିସ କେସ୍ ନଂ ୯୩/୧୭ରେ ଓ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେବେଠାରୁ ସେ ବିଚାରାଧୀନ ବନ୍ଦୀ ଭାବେ କେନ୍ଦୁଝର ଜିଲା କାରାଗାରରେ ଥିଲେ । ଆଜି ଏହି ମାମଲାର ବିଚାର ହୋଇ ୧୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଅଭିଯୁକ୍ତଙ୍କୁ ଶନିବାର ଦିନ କୋର୍ଟ ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଜ୍ଞାନେନ୍ଦ୍ର ନାଥ ଜେନା ମାମଲା ପରିଚାଳନା କରୁଥିଲେ । ପୀଡ଼ିତାଙ୍କୁ ଆଇନ ସହାୟତା କେନ୍ଦ୍ର ତରଫରୁ ୪ ଲକ୍ଷ ଟଙ୍କାର ଆର୍ôଥକ ସହାୟତା ରାଶି ପ୍ରଦାନ କରିବା ପାଇଁ ଆଦେଶ ଦିଆଯାଇଛି ।
