ଆନ୍ଦୋଳନ ପାଇଁ ଆରପିଏସଟି ଶିକ୍ଷକ ସଂଘ ପ୍ରସ୍ତୁତି ବୈଠକ
ଦଶପଲ୍ଲା : ରେଗୁଲାର ପ୍ରାଇମେରୀ ସ୍କୁଲ ଶିକ୍ଷକ ସଂଘ, ଦଶପଲ୍ଲା ପକ୍ଷରୁ ଆନ୍ଦୋଳନ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଦଶପଲ୍ଲା ଏନଏସି ଅନ୍ତର୍ଗତ ରାଧାମୋହନ ଜୀଉ ନୋଡାଲ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି। ୬ବର୍ଷର ଠିକା ନିଯୁକ୍ତିକୁ ମୂଳ ଚାକିରି ସହ ଯୋଗ କରାଯାଇ ୬ଗୋଟି ଇନକ୍ରିମେଣ୍ଟ ପ୍ରଦାନ, ଅବିକଳ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ, ନୂତନ ପେନସନ ବଦଳରେ ପୂରାତନ ପେନସନ ପ୍ରଦାନ ଆଦି ଦାବୀ ନେଇ ଆନ୍ଦୋଳନକୁ ବ୍ଳକ ଠାରୁ ରାଜ୍ଯ ପର୍ଯ୍ୟନ୍ତ ଯୋରଦାର କରିବାକୁ ବୈଠକରେ ବିଧିବଦ୍ଧ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗ୍ରୁହୀତ ହୋଇଛି। ଆସନ୍ତା ୧୯ତାରିଖ ଦିନ ଦଶପଲ୍ଲା ଏନଏସି ଅନ୍ତର୍ଗତ ମହାବୀର ମନ୍ଦିର ଠାରୁ ବ୍ଳକ ସ୍ତରୀୟ ଶୋଭାଯାତ୍ରା ବାହାରି ବିଇଓ ଅଫିସ୍ ଠାରେ ପହଂଚିବା ପରେ ରାଜ୍ଯ ସରକାରଙ୍କ ଉଦ୍ଦେଶ୍ଯରେ ଦାବିପତ୍ର ପ୍ରଦାନ କରାଯିବା ସହିତ ୨୭ତାରିଖରେ ରାଜଧାନୀରେ ହେବାକୁ ଥିବା ରାଜ୍ଯ ସ୍ତରୀୟ ଆନ୍ଦୋଳନକୁ ସଫଳ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
