ଭାଙ୍ଗିଲା ରୋହିତଙ୍କ ଗତ ୯ ବର୍ଷ ଧରି ଚାଲିଆସୁଥିବା ରେକର୍ଡ, ୨୦୨୨ରେ କରିପାରିଲେନି ଏହି କାମ
ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ଗଣନା ଭାରତର ଶ୍ରେଷ୍ଠ ଓପନର୍ସଙ୍କ ମଧ୍ୟରେ କରାଯାଇଥାଏ । ରୋହିତ ଶର୍ମା ନିଜେ ଟିମ୍ ଇଣ୍ଡିଆ ପାଇଁ ଅନେକ ମ୍ୟାଚ୍ ଜିତିଛନ୍ତି । କିନ୍ତୁ ୨୦୨୨ ମସିହାରେ ରୋହିତ ଶର୍ମା ତାଙ୍କ ନାମ ଅନୁଯାୟୀ ପ୍ରଦର୍ଶନ କରିବାକୁ ସକ୍ଷମ ହୋଇନାହାଁନ୍ତି । ରୋହିତ ଶର୍ମା ବହୁତ ଖରାପ ଫର୍ମ ସହିତ ସଂଘର୍ଷ କରୁଛନ୍ତି । ଭାରତୀୟ ଅଧିନାୟକ ରୋହିତ ଶର୍ମା ୨୦୧୩ ଠାରୁ ପ୍ରତିବର୍ଷ ଗୋଟିଏ ଶତକୀୟ ଇଂନିସ ଖେଳି ଆସୁଛନ୍ତି । କିନ୍ତୁ ୨୦୨୨ ମସିହାରେ ରୋହିତ ଶର୍ମା ଏହି ରେକର୍ଡର ପୁନରାବୃତ୍ତି କରିବାରେ ସକ୍ଷମ ହୋଇ ନାହାଁନ୍ତି । ଆସନ୍ତୁ ଜାଣିବା ଏହା ବିଷୟରେ ସବୁକିଛି…
ଭାରତୀୟ ଅଧିନାୟକ ତଥା ଷ୍ଟାର୍ ଓପନର ରୋହିତ ଶର୍ମା ୨୦୨୨ ମସିହାରେ ଆହତ ଥିବାରୁ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ଆହତ କାରଣରୁ ରୋହିତ ଶର୍ମାଙ୍କୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ଦିଆଯାଇଛି । ଏଥି ସହିତ ଫିଟନେସ ଠିକ୍ ନଥିବା ଯୋଗୁଁ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରେ ମଧ୍ୟ ଖେଳିପାରିନଥିଲେ । ଏହା ସହ ରୋହିତ ଶର୍ମାଙ୍କ ବ୍ୟାଟରୁ ରନ୍ ବାହାର କରିବା କଷ୍ଟକର ହୋଇପଡିଛି । ଯେତେବେଳେ ବି ଟିମ୍ ଇଣ୍ଡିଆ ରନ୍ ଆବଶ୍ୟକ କରେ । ରୋହିତ ଶର୍ମା ଆଉଟ ହୋଇ ପାଭିଲିୟନକୁ ଫେରି ଆସନ୍ତି ।
ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ଡିସେମ୍ୱର ୨୨ ଅର୍ଥାତ ଆଜି ଠାରୁ ୨୦୨୨ ମସିହାର ଶେଷ ଟେଷ୍ଟ ମ୍ୟାଚ୍ ଖେଳିବାକୁ ମଇଦାନରେ ଓହ୍ଲାଇଛି । ଏହି ମ୍ୟାଚରେ ରୋହିତ ଶର୍ମା ଖେଳୁ ନାହାଁନ୍ତି । ୨୦୧୩ରୁ ୨୦୨୧ ପର୍ଯ୍ୟନ୍ତ ରୋହିତ ଶର୍ମା ପ୍ରତିବର୍ଷ ଶତକୀୟ ଇଂନିସ ଖେଳିଛନ୍ତି । କିନ୍ତୁ ଚଳିତ ବର୍ଷ ରୋହିତ ଶର୍ମାଙ୍କ ବ୍ୟାଟରୁ ଗୋଟିଏ ବି ଶତକ ଆସିନାହିଁ । ଏହି କାରଣରୁ ଗତ ୯ ବର୍ଷ ଧରି ରୋହିତ ଶର୍ମାଙ୍କ ଶତକ ସ୍କୋର କରିବାର ପ୍ରକ୍ରିୟା ମଧ୍ୟ ଭାଙ୍ଗି ଯାଇଛି ।
ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ଜଣାଶୁଣା । ରୋହିତ ଶର୍ମା ଭାରତ ପାଇଁ ଦିନିକିଆ କ୍ରିକେଟରେ ୨୩୫ଟି ମ୍ୟାଚରେ ୯,୫୪୫ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୨୯ ଶତକ ସାମିଲ ରହିଛି । ୨୦୧୯ ବିଶ୍ୱକପରେ ରୋହିତ ଶର୍ମା ୫ ଶତକ ହାସଲ କରିଥିଲେ ମଧ୍ୟ ଟିମ୍ ଇଣ୍ଡିଆ ଟାଇଟଲ୍ ଜିତିବାରେ ସଫଳ ହୋଇପାରି ନଥିଲା । ବର୍ତ୍ତମାନ ଭାରତୀୟ ପ୍ରଶଂସକମାନେ ନିଶ୍ଚିତ ଭାବରେ ଆଶା କରୁଛନ୍ତି ଯେ, ୨୦୨୩ ମସିହାରେ ରୋହିତ ଶର୍ମାଙ୍କ ବ୍ୟାଟରୁ ଅନେକ ଦମଦାର୍ ଇନିଂସ ଦେଖାଯିବ ।
