ବିଶ୍ୱକପ-୨୦୨୩ରେ ଏପରି ନଜର ଆସିପାରେ ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ, ଦେଖନ୍ତୁ ସମ୍ଭାବ୍ୟ ତାଲିକା
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳ ଆଜିକାଲି ବାଂଲାଦେଶ ମାଟିରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାରେ ବ୍ୟସ୍ତ ଅଛି । ଏହାପୂର୍ବରୁ ବାଂଲାଦେଶ ଗସ୍ତରେ ଟିମ୍ ଇଣ୍ଡିଆ ଏକଦିବସୀୟ ସିରିଜ୍ ହାରି ଥିଲା । ବର୍ତ୍ତମାନ ଭାରତୀୟ ଦଳ ବାଂଲାଦେଶ ବିପକ୍ଷ ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଜିତିଛି । ଆସନ୍ତା ବର୍ଷ ଭାରତରେ ଦିନିକିଆ ବିଶ୍ୱକପ୍ ଆୟୋଜିତ ହେବ । ଭାରତୀୟ ଦଳ ଘରୋଇ ମାଟିରେ ଏକଦିବସୀୟ ବିଶ୍ୱକପ ଟାଇଟଲ ଜିତିବାରେ ସକ୍ଷମ ହେବ କି ନାହିଁ ତାହା ଏକ ବଡ଼ ପ୍ରଶ୍ନ । ଟିମ୍ ଇଣ୍ଡିଆର ପୂର୍ବତନ ଭେଟେରାନମାନେ ବର୍ତ୍ତମାନ ଭାରତୀୟ ଦଳକୁ ନେଇ ଅନେକ ସମ୍ଭାବନା ବ୍ୟକ୍ତ କରୁଛନ୍ତି ।
ଟିମ୍ ଇଣ୍ଡିଆ ୨୦୧୩ ପର ଠାରୁ କୌଣସି ଆଇସିସି ଟ୍ରଫି ଜିତିବାରେ ସକ୍ଷମ ହୋଇ ପାରିନାହିଁ । କିନ୍ତୁ ବର୍ତ୍ତମାନ ଘରୋଇ ମାଟିରେ ଏକଦିବସୀୟ ବିଶ୍ୱକପ ଖେଳାଯିବାକୁ ଥିବାବେଳେ ଭାରତୀୟ ଦଳ ବର୍ତ୍ତମାନଠାରୁ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ସନ୍ତୁଳିତ ଦଳ ପ୍ରସ୍ତୁତ କରିବା ଆବଶ୍ୟକ । ଏଭଳି ପରିସ୍ଥିତିରେ ଆପଣଙ୍କୁ କହି ରଖୁଛୁ ଯେ, ଟିମ୍ ଇଣ୍ଡିଆର ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ଓ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଶେଷ ଦିନିକିଆ ବିଶ୍ୱକପ୍ ବୋଲି ପ୍ରମାଣିତ ହୋଇପାରେ । ଏଭଳି ପରିସ୍ଥିତିରେ ଦଳର ଖେଳାଳିମାନେ ଏହି ଦୁଇ ଖେଳାଳିଙ୍କ ପାଇଁ ଭଲ ପ୍ରଦର୍ଶନ କରି ଟ୍ରଫି ଜିତିବାକୁ ଚାହିଁବେ ।
ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଆଇସିସି ଟି-୨୦ ବିଶ୍ୱକପର ସେମିଫାଇନାଲ ଯାଏ ପହଞ୍ଚିବାରେ ସକ୍ଷମ ହୋଇପାରିଥିଲା । ଏହା ପରେ ଶିଖର ଧୱନଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆକୁ ୦-୧ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଏହା ପରେ ବାଂଲାଦେଶ ଗସ୍ତରେ ଚାଲିଥିବା ଦିନିକିଆ ସିରିଜରେ ଭାରତୀୟ ଦଳକୁ ୨-୧ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଟିମ୍ ଇଣ୍ଡିଆର ଦିନିକିଆରେ ଲଗାତାର ଦୁଇଟି ସିରିଜ୍ ପରାଜୟ ପରେ କୁହାଯାଇପାରେ ଯେ ଏହି ଦଳ ଏପର୍ଯ୍ୟନ୍ତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପାଇଁ ନିଜକୁ ପ୍ରସ୍ତୁତ କରିପାରି ନାହିଁ ।
ଆହତ କାରଣରୁ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଓ ସ୍ପିନ୍ ବୋଲର ତଥା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଟିମ୍ ଇଣ୍ଡିଆରୁ ବାହାର ଅଛନ୍ତି । ଅନ୍ୟପକ୍ଷରେ ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜରେ ଆଘାତ ଲାଗିଥିବାରୁ ଦଳର ଅଧିନାୟକ ରୋହିତ ଶର୍ମା ମଧ୍ୟ ଟେଷ୍ଟ ଦଳରୁ ବାଦ ପଡିଛନ୍ତି । ଆହତ କାରଣରୁ ମହମ୍ମଦ ଶାମି ମଧ୍ୟ ଦଳ ବାହାରେ ଅଛନ୍ତି । ସେପଟେ ଏଠାରେ କହି ରଖୁଛୁ ଯେ, ଆଗାମୀ ଏକଦିବସୀୟ ବିଶ୍ୱକପରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଇଶାନ କିଶନଙ୍କୁ ଟିମ୍ ଇଣ୍ଡିଆର ଇନିଂସ ଆରମ୍ଭ କରିବାର ଦାୟିତ୍ୱ ମିଳିପାରେ । ଏହି ଖେଳାଳିଙ୍କ ସମ୍ପ୍ରତି ପ୍ରଦର୍ଶନ ଅତ୍ୟନ୍ତ ଚମତ୍କାର ଥିଲା ।
ଏଭଳି ପରିସ୍ଥିତିରେ ଟିମ୍ ମ୍ୟାନେଜମେଣ୍ଟ ଇଶାନ କିଶନଙ୍କୁ ଦିନିକିଆ ବିଶ୍ୱକପରେ ରୋହିତ ଶର୍ମାଙ୍କ ସହ ଇନିଂସ ଆରମ୍ଭ କରିବାର ଦାୟିତ୍ୱ ଦେଇପାରେ । ଯଦି ଏହା ଘଟେ ତେବେ କେଏଲ ରାହୁଲଙ୍କୁ ମିଡିଲ ଅର୍ଡରରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିବ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ବିରାଟ କୋହଲି ନମ୍ବର ୩ରେ ବ୍ୟାଟିଂ କରିବାକୁ ଆସିବେ । ଅନ୍ୟପକ୍ଷରେ ସୂର୍ଯ୍ୟକୁମାର ଯାଦବ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଓହ୍ଲାଇ ପାରନ୍ତି ।
ଅନ୍ୟପକ୍ଷରେ, ନମ୍ବର ୪ ପାଇଁ ଦୀପକ ହୁଡାଙ୍କ ଦାବି ଦମଦାର ରହିଛି । କିନ୍ତୁ ସେ ସୂର୍ଯ୍ୟକୁମାରଙ୍କ ଭଳି ବ୍ୟାଟିଂ କରିବାକୁ ସକ୍ଷମ ନୁହଁନ୍ତି । ଏଭଳି ପରିସ୍ଥିତିରେ ଯଦି ବିଶ୍ୱକପ ପାଇଁ ଦୀପକ ହୁଡାଙ୍କୁ ମିଡିଲ ଅର୍ଡରରେ ସ୍ଥାନ ଦେବାକୁ ପଡ଼େ, ତେବେ ତାଙ୍କୁ ବର୍ତ୍ତମାନଠାରୁ କଠିନ ପରିଶ୍ରମ କରିବାକୁ ପଡିବ । ଋଷଭ ପନ୍ତ ହେଉଛନ୍ତି ଭାରତୀୟ ଦଳର ନିୟମିତ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ । ଏହି ଖେଳାଳି ତିନିଟି ଫର୍ମାଟରେ ଭାରତ ପାଇଁ ୱିକେଟ୍ ଖେଳୁଛନ୍ତି । କିନ୍ତୁ ବାଂଲାଦେଶ ବିପକ୍ଷ ଶେଷ ଦିନିକିଆ ସିରିଜରେ ଖେଳାଯାଇଥିବା ଶେଷ ମ୍ୟାଚରେ ଇଶାନ କିଶନ ଦ୍ୱିଶତକ ହାସଲ କରି ଋଷଭ ପନ୍ତଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ ଋଷଭ ପନ୍ତଙ୍କୁ ହଠାତ୍ ଦିନିକିଆ ସିରିଜରୁ ବାହାର କରିଦିଆଯାଇଥିଲା ।
ଏଭଳି ପରିସ୍ଥିତିରେ ରୋହିତ ଶର୍ମା ଦ୍ୱିତୀୟ ଦିନିକିଆ ସମୟରେ ଆହତ ହେବା ପରେ ତୃତୀୟ ଦିନିକିଆରେ ଇଶାନ୍ କିଶନଙ୍କୁ ଇନିଂସ ଆରମ୍ଭ କରିବାର ଦାୟିତ୍ୱ ମିଳିଥିଲା । ସୁଯୋଗର ସମ୍ପୂର୍ଣ୍ଣ ଫାଇଦା ଉଠାଇ ଇଶାନ କିଶନ ଦ୍ୱିଶତକ ହାସଲ କରିଥିଲେ । ବର୍ତ୍ତମାନ ଆଗାମୀ ଦିନିକିଆ ବିଶ୍ୱକପ ପାଇଁ ଋଷଭ ପନ୍ତ ଓ ଇଶାନ କିଶନଙ୍କ ମଧ୍ୟରେ କଡ଼ା ମୁକାବିଲା ଆଶା କରାଯାଉଛି । ଚୟନକର୍ତ୍ତାମାନେ କାହାକୁ ଦଳରେ ସ୍ଥାନ ଦେବେ, ତାହା କେବଳ ଆଗାମୀ ସମୟରେ ହିଁ ଜଣା ପଡିବ ।
ଯଦି ଆମେ ଆଇସିସି ଦିନିକିଆ ବିଶ୍ୱକପ ପାଇଁ ଦଳରେ ଅଲରାଉଣ୍ଡର ଖେଳାଳିଙ୍କ କଥା ଆଲୋଚନା କହିବା, ତେବେ ଭାରତୀୟ ଦଳ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଉତ୍ତମ ବିକଳ୍ପ ହୋଇପାରେ । ଏହି ଖେଳାଳି ଉଭୟ ବଲ ଓ ବ୍ୟାଟ୍ ସହିତ ଦଳ ପାଇଁ ଦମଦାର୍ ପ୍ରଦର୍ଶନ କରନ୍ତି । ଯଦି ଆମେ ଅଲରାଉଣ୍ଡରେ ବୋଲିଂର ଦ୍ୱିତୀୟ ବିକଳ୍ପ ବିଷୟରେ କହିବା, ତେବେ ରବିନ୍ଦ୍ର ଜାଡେଜା ଏକ ଭଲ ବିକଳ୍ପ ବୋଲି ପ୍ରମାଣ ହୋଇପାରନ୍ତି । ୱାଶିଂଟନ୍ ସୁନ୍ଦର, ଅକ୍ସର ପଟେଲ ଏବଂ ଦୀପକ ହୁଡାଙ୍କ ଭଳି ଖେଳାଳିମାନେ ମଧ୍ୟ ଦଳରେ ସ୍ଥାନ ପାଇବା ପାଇଁ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଛନ୍ତି ।
ସେପଟେ ସ୍ପିନର ବୋଲରଙ୍କ ତାଲିକାରେ ଯଜୁଭେନ୍ଦ୍ର ଚହଲଙ୍କ ନାମ ମଧ୍ୟ ଆଗକୁ ଅଛି । ଆଇସିସି ଦିନିକିଆ ବିଶ୍ୱକପ ପାଇଁ ଦଳରେ ଜସପ୍ରୀତ ବୁମରାଙ୍କ ଚୟନ ପ୍ରାୟ ନିଶ୍ଚିତ । ଏହି ବୋଲରଙ୍କ ବ୍ୟତୀତ ଅର୍ଶଦୀପ ସିଂ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି ଏବଂ ଉମ୍ରାନ ମଲିକ ମଧ୍ୟ ଦୌଡ଼ରେ ଅଛନ୍ତି । କିନ୍ତୁ ଯେତେବେଳେ ସମୟ ଆସିବ, ଦଳ ପରିଚାଳନା ଦଳରେ ସଠିକ୍ ଖେଳାଳିଙ୍କୁ ସାମିଲ କରିବାକୁ ବିଚାର କରିବ ।
ଏହି ଦିଗ୍ଗଜ ଖେଳାଳିଙ୍କ ହୋଇପାରେ ଛୁଟି :
ବିଶ୍ୱକପ୍ ୨୦୨୩ ଭାରତୀୟ ଦଳରୁ ଯେଉଁ ଖେଳାଳିମାନେ ବାହାର ହୋଇପାରନ୍ତି । ଏଥିରେ ଶିଖର ଧାୱନଙ୍କ ଭଳି ଖେଳାଳି ଅଛନ୍ତି, ଯାହାଙ୍କ ସାମ୍ପ୍ରତିକ ପ୍ରଦର୍ଶନ କିଛି ଖାସ୍ ନଥିଲା । ସେହିପରି ଦୀପକ ହୁଡା, ୱାଶିଂଟନ୍ ସୁନ୍ଦର ଭଳି ଖେଳାଳିଙ୍କୁ ମଧ୍ୟ ସୁଯୋଗ ପାଇବା କଷ୍ଟକର ।
ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ଭାରତୀୟ ସମ୍ଭାବିତ ଦଳ :
ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, କେ.ଏଲ୍ ରାହୁଲ, ବିରାଟ କୋହଲି, ଋଷଭ ପନ୍ତ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରୀତ ବୁମ୍ରା, ଉମ୍ରାନ ମଲିକ, ଅର୍ଶଦୀପ ସିଂ, ସଞ୍ଜୁ ସାମସନ୍, ମହମ୍ମଦ ଶାମି ଏବଂ ୟୁଜଭେନ୍ଦ୍ର ଚହଲ ।
