କଳକାରଖାନାରୁ ନିର୍ଗତ ବିଷାକ୍ତ ଦୂଷିତ ଜଳ ନଦୀକୁ ଛଡାଯିବା ଘଟଣାକୁ ନଦୀ ସୁରକ୍ଷା ସମିତିର ବିରୋଧ
କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ରହିଥିବା ଅନେକ କଳକାରଖାନା ର ଦୂଷିତ ତଥା ବିଷାକ୍ତ ଜଳ ନଦୀ ମାନଙ୍କରେ ମିଶୁଛି । ଯାହାକୁ ତୀବ୍ର ରିରୋଧ କରିଛି କେନ୍ଦୁଝର ନଦୀ ସୁରକ୍ଷା ସମିତି । କେନ୍ଦୁଝର ଜିଲ୍ଲା ଯୋଡା ବ୍ଳକ ଅନ୍ତର୍ଗତ ବିଲେଇପଦା ଠାରେ ଅବସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୟାର ପ୍ଲାଟଂରୁ ନିର୍ଗତ କେମିକାଲ ମିଶା ଦୂଷିତ ଜଳ କମ୍ପାନୀ ସିଧା ସଳଖ ମୃଗା ନାଳରେ ଛାଡୁଥିବାରୁ ବୈତରଣୀ ନଦୀର ଜଳ ବିଷାକ୍ତ ଓ ପ୍ରଦୂଷିତ ହୋଇଯାଇଛି । ମୃଗା ନାଳ ଓ ବୈତରଣୀର ନଦୀର ଜଳକୁ ବ୍ୟବହାର କରୁଥିବା ଲୋକମାନେ ଉଦର ରୋଗ ସହ ନାନଦି ସଂକ୍ରାମଣ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହି ଦୂଷିତ ଜଳକୁ ବ୍ୟବହାର କରୁଥିବା ଜଳଚର ଜୀବ ଓ ଅନ୍ୟାନ୍ୟ ପଶୁପକ୍ଷାମାନେ ମଧ୍ୟ ମରିଯାଉଥିବା କୁହାଯାଇଛି । ଏପରିକି କାରଖାନାରୁ ନିର୍ଗତ ଏହି ବିଷାକ୍ତ ଜଳଦ୍ୱାରା ଚାଷୀମାନଙ୍କର ଜମିର ଉର୍ବରତା ହ୍ରାସ ପାଇବା ସହ ଅନେକ ଜମିରେ ଫସଲ ମଧ୍ୟ ଫଳୁ ନାହିଁ । ଜିନ୍ଦଲ କମ୍ପାନୀ ତାର କାରଖାନାରୁ ନିର୍ଗତ ଜଳକୁ ଓ ୍ୟାଟର ଟ୍ରିଟମେଟଂ ପ୍ଲାଟଂରେ ବିଶୋଧନ କରି ବ୍ୟବହାର ଉପେଯାଗୀ କରିବା ପରେ ପୁନର୍ବାର ସେହି ଜଳକୁ ବ୍ୟବହାର କଥା । କିନ୍ତୁ କମ୍ପାନୀ ତାହା ନକରି କାରକାନାରୁ ନିର୍ଗତ ସମସ୍ତ ବକ୍ତା ଜଳକୁ ନଦୀକୁ ଛାଡି ଦେଉଥିବାରୁ ମୃଗା ନଦୀ ଓ ବୈତରଣୀ ନଦୀ ଆଜି ସଂପୁର୍ଣ୍ଣ ଭାବେ ପ୍ରଦୂଷିତ ହୋଇପଡିଛି । ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ନାଳ , ନଦୀ କୂଳରେ ବାସ କରୁଥିବା ଲୋକମାନେ ସେହି ଦୂଷିତ ଜଳ ବ୍ୟବହାର କରି ନାନା ଦି ରୋଗରେ ପଡୁଛନ୍ତି । ଅନ୍ୟ ପକ୍ଷରେ ଜିନ୍ଦଲ ଷ୍ଟିଲ ଓ ପାଓ୍ୟାର ଲିମିଟେଡ କାରଖାନରୁ ନିର୍ଗତ ଧୁଆଁ ଓ ଧୂଳି , ଆଖପାଖ ଅଂଚଳର ପରିବେଶକୁ ଦୂଷିତ କରୁଛି । ଘରଦ୍ୱାର ଗଛ ଲତା ଆଦି ସବୁଥିରେ ଏହି ଧୂଳି ଧୁଆଁ ର ଆସ୍ତରଣ ହୋଇ ଜମି ରହୁଛି । ଫଳରେ ଲୋକମାନେ ବିଭିନ୍ନ୍ ପ୍ରକାର ଶ୍ୱାସ ଜନିତ ରୋଗ ପୀଡିତ ହେଉଛନ୍ତି । ଏହି ଘଟଣାର ତଦନ୍ତ କରାଯାଇ ତୁରନ୍ତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ ୍ୟାର ବିରୁଦ୍ଧରେ ଜାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଙ୍କୁ ଲିଖିତ ନିବେଦନ କରିଛି ସମିତି । ଯଦି ଏ ବିଷୟରେ ଯଦି ପଦକ୍ଷେପ ନିଆ ନ ଯାଏ ତେବେ ନଦୀ ସୁରକ୍ଷା ସମିତି ପକ୍ଷରୁ ବ୍ୟାପକ ଜନ ଆନ୍ଦୋଳନ କରାଯିବା ସହ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି ନଦୀ ସୁରକ୍ଷା ସମିତି ର ରାଜ୍ୟ ସଭାପତି ମହେଶ୍ୱର ସାହୁ ।
