କେନ୍ଦୁଝର : ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତ ଙ୍କୁ ୧୪ ବର୍ଷ ଜେଲ ଦଣ୍ଡ
କେନ୍ଦୁଝର : କେନ୍ଦୁଝର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ବିଚାରପତି ପକ୍ସୋ ଡକ୍ଟର ଅନୀଲ କୁମାର ଦତ ଜଣେ ନାବାଳିକାକୁ ଗଣ ବଳାତ୍କାର ମାମଲାରେ ଅଭିଯୁକ୍ତ ରଘୁନାଥ ପିଙ୍ଗୁଆ ଓରଫ୍ କନ୍ଦା ମୁଣ୍ଡା ଙ୍କୁ ୧୪ ବର୍ଷ ଜେଲ ଦଣ୍ଡ ଏବଂ ୩୦ ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି । ଏହା ସହିତ ଆସାମୀକୁ ୩୦ ହଜାର ଟଙ୍କା ଜୋରିମାନା ଆଦେଶ ହୋଇଥିବା ବେଳେ ଜୋରିମାନା ଅନାଦେୟ ଅଧିକ ୯ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ବ୍ୟତୀତ ବଳାତ୍କାର ଶିକାର ହୋଇଥିବା ନାବାଳିକାକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଆକାରରେ ଦେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ କୁ ନିର୍ଦ୍ଦେଶ ଦେଇଛନ୍ତି । ନାବାଳିକା ଜଣକ ତାଙ୍କ ଭଉଣୀ ଘର ଟିକିରା ଗ୍ରାମକୁ ବୁୁଲିବାକୁ ଯାଇଥିଲେ । ୨୦୧୯ ମସିହା ମେ ମାସ ୪ ତାରିଖ ସନ୍ଧ୍ୟା ୫ଟା ୩୦ ରେ ନାବାଳିକା ଜଣକ ଜଙ୍ଗଲକୁ ଛତୁ ଗୋଟାଇବାକୁ ଯାଇଥିବା ବେଳେ ରଘୁନାଥ ପିଙ୍ଗୁଆ ଓ ଠୁମ୍ପୁ ମୁଣ୍ଡା ଜଙ୍ଗଲ ମଧ୍ୟରୁ ଟେକି ନେଇ ନାବାଳିକାଙ୍କୁ ଗଣବଳାତ୍କାର କରିଥିଲେ । ନାବାଳିକାର ପିତା ଏ ନେଇ ଘଷିପୁରା ଥାନାରେ ମେ ମାସ ୮ ତାରିଖରେ ଏତଲା ଦେବା ପରେ ଘଷିପୁରା ପୋଲିସ କେସ ନଂ ୭୦/୨୦୧୯ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୬୩, ୩୭୬ (୨) (ଏନ), ୬ ପକ୍ସୋ ଆଇନର ଧାରା ୬ରେ ମାମଲା ରୁଜୁ ହୋଇଥିଲା । ଘଟଣା ଘଟିବାର ୨ ଦିନ ପରେ ଠୁମ୍ପୁ ମୁଣ୍ଡା ମୃତ୍ୟୁବରଣ କରିଥିବାବେଳେ ପୋଲିସ ୦୧/୦୬/୨୦୧୯ ରେ ରଘୁନାଥ ପିଙ୍ଗୁଆ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେବେ ଠାରୁ ସେ ବିଚାରଧିନ କଏଦୀ ଭାବେ କେନ୍ଦୁଝର ଜେଲରେ ଥିବାବେଳେ ଆଜି ଏହି ମାମଲାର ଶୁଣାଣୀ ହୋଇଛି । ୧୩ ଜଣ ସାକ୍ଷୀ ଏବଂ ପୋଲିସ ରିପୋର୍ଟକୁ ଆଧାର କରି ଏହି ଦଣ୍ଡାଦେଶ ହୋଇଛି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ଗଣେଷ ପ୍ରସାଦ ମହାପାତ୍ର ମାମଲା ପରିଚାଳନା କରୁଥିଲେ ।
