ମହିଷାପଟାରେ କେନ୍ଦ୍ର ସରକାରଙ୍କ ସି.ପି.ଡି.ଓ. ଅଧିନରେ କୁକୁଡ଼ାଚାଷ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୀଳଗିରି :ନୀଳଗିରି ବଣଧୂଳିର ଫୁଲ ଏବଂ ଭୂବନେଶ୍ୱରସ୍ଥ ଭାରତ ସରକାରଙ୍କ ପୂର୍ବାଂଚଳର କୁକ୍କୁଟ ବିକାଶ ସଂସ୍ଥା ବୈଷୟିକ ସହଯୋଗ ଦ୍ୱାରା ମହିଷାପଟା ପଂଚାୟତ କାର୍ଯ୍ୟାଳୟ ଠାରେ ଗତ ୧୯.୦୯.୨୦୨୨ରିଖ ଠାରୁ ତା.୨୪.୦୯.୨୦୨୨ରିଖ ପର୍ଯ୍ୟନ୍ତ ବୈଜ୍ଞାନିକ ପଦ୍ଧତିରେ କୁକୁଡ଼ା ଚାଷ ଉପରେ ତାଲିମ ପ୍ରଦାନ ଚାଲୁଅଛି । କୁକୁଡ଼ା ଚାଷ ପାଇଁ ଆଗ୍ରହୀ ମହିଳାମାନଙ୍କ ମଧ୍ୟରୁ ୪୦ଜଣ ଚାଷୀମାନଙ୍କୁ ନେଇ ଏହି ତାଲିମ ପ୍ରଦାନ କରାଯାଇଅଛି । ଗୁଞ୍ଜର ଆଂଚଳିକ ସଂଯୋଜକ ସୁରେଶ କୁମାର ଏହି ତାଲିମ ଶିବିରକୁ ଉଦ୍ଘାଟନ କରିଥିବା ବେଳେ ମହିଷାପଟା ସରଂପଚ ରବି ସିଂ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । କେନ୍ଦ୍ରୀୟ କୁକ୍କୁଟ ସଂସ୍ଥାର ସହାୟକ ନିର୍ଦ୍ଦେଶକ ଡ. ଇନ୍ଦିରା ନାୟକ ବୈଜ୍ଞାନିକ ପଦ୍ଧତିରେ କୁକୁଡ଼ା ଚାଷ ସହିତ ଅନ୍ୟାନ୍ୟ ପକ୍ଷୀ ପାଳନ ଉପରେ ତାଲିମ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବଣଧୂଳିର ଫୁଲର ଅଧ୍ୟକ୍ଷ ବିଜୟ କୁମାର ଆଚାର୍ଯ୍ୟ, ସଂଯୋଜକ ଲକ୍ଷ୍ମୀକାନ୍ତ ସିଂ ଏବଂ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘର ଅଧ୍ୟକ୍ଷା ମାମି ସ୍ୱାଇଁଙ୍କ ସହ ଅନ୍ୟ ସଦସ୍ୟ ସହଯୋଗ କରିଥିଲେ ।
