ଅବସରକାଳୀନ ସମ୍ବର୍ଦ୍ଧନା ସଭା
କଟକ : ଓଡିଶା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ଆଜି ହିନ୍ଦ ମଜଦୁର ସଭାର ମହିଳା ସଂପାଦିକା ତଥା ଏସସିବି କର୍ମଚାରୀ ପ୍ରଭାତି ଆଚାର୍ଯ୍ୟଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଓଡିଶା ମେଡିକାଲ କର୍ମଚାରୀ ସଂଘର ମୁଖ୍ୟ ଉପଦେଷ୍ଟା ତଥା ହିନ୍ଦ ମଜଦୁର ସଭାର ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ମେଡିକାଲ ସଂଘର ଉପ ସଭାପତି ସାକିର ଖାଁ, ସାଂଗଠନିକ ସଂପାଦକ ବିଜୟ ନାୟକ, ସାଧାରଣ ସଂପାଦକ ଗଗନ ରାଉତ, ଉପ ସଂପାଦକ ଶିବ ପ୍ରସାଦ ମହାନ୍ତି, ଯୁଗ୍ମ ସଂପାଦକ ନରେନ୍ଦ୍ର ଟୋପାକ, କୋଷାଧ୍ୟକ୍ଷ ସନ୍ତୋଷ ନାୟକଙ୍କ ସମେତ କୈଳାସ ଚନ୍ଦ୍ର ଜେନା, ପ୍ରଦୀପ ସାହୁ, ନରେନ୍ଦ୍ର ନାୟକ, ରଂଜନ ମଲ୍ଲିକ, ହରି ଘଡେଇ, ସନାତନ ନାୟକ, ରଂଜନ ନାୟକ, ଆର୍ତ ବାରିକ, ପ୍ରସନ୍ନ ବାରିକ, ସୁବ୍ରତ ନାୟକ,ପ୍ରଫୁଲ୍ଲ ନାୟକ, ବାଉରୀ ଦେହୁରୀ, ଶକୁନ୍ତଳା ଭୋଇ, ରଂଜିତା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରୀମତୀ ଆଚାର୍ଯ୍ୟଙ୍କ ଦୀର୍ଘ, ନିରାମୟ ସୁସ୍ଥ ଜୀବନ କାମନା କରିଥିଲେ ।
