ସମ୍ପର୍କ ସାହିତ୍ୟ ସଂସ୍କୃତି ସଂସଦର କବିତା ଆସର
କଟକ : ସାରସ୍ୱତ ଅନୁଷ୍ଠାନ ସମ୍ପର୍କ ସାହିତ୍ୟ ସଂସ୍କୃତି ସଂସଦ ପକ୍ଷରୁ କବିତା ଆସର ଓ ଆଲୋଚନା ଚକ୍ର ଉତ୍କଳମଣି ଶିଶୁଉଚ୍ଚଶିକ୍ଷା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ତଥା ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆସରରେ ଉଦଘାଟକ ଭାବେ ଶ୍ରୀଦୁର୍ଗା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ପଣ୍ଡିତ ଚୈତନ୍ୟ କୁମାର ସାହୁ, ମୁଖ୍ୟ ଅତିଥି ଭାବେ ପଣ୍ଡିତ ନିଳକଂଠ ରାଉତ, ମୁଖ୍ୟବକ୍ତା ଭାବେ କବି ଉଦୟ କେଶରୀ ବର୍ମା, ବରେଣ୍ୟ ଅତିଥି ଭାବେ ବ୍ରହ୍ମାନନ୍ଦ ମହାନ୍ତି, ସମ୍ମାନୀୟ ଅତିଥି ଭାବେ ପଲ୍ଲୀପ୍ରତିଭା ସାହିତ୍ୟ ସଂସ୍କୃତି ସଂସଦର ସଭାପତି ଚୈତନ୍ୟ କୁମାର ରାଉତ ଯୋଗଦେଇଥିଲେ । କବୟତ୍ରୀ ଗୀତାଞ୍ଜଳୀ ପୃଷ୍ଟି ଓ ମଧୁସ୍ମିତା ମିଶ୍ରଙ୍କ ସଂଜୋଜନାରେ କବି କ୍ଷୀରୋଦ କୁମାର ଜେନା, ଛବିରାମ ସେଠୀ, ବ୍ରଜବନ୍ଧୁ ପୃଷ୍ଟି, ଉତମ ଚରଣ ପ୍ରଧାନ, ନିରୁପମା ସାହୁ, ସଂଯୁକ୍ତା ଦାଶ, ସୁରେନ୍ଦ୍ର ମହାପାତ୍ର, ପ୍ରଭାକର ଦାସ, ଦେବେନ୍ଦ୍ର ନାଥ ସାହୁ, ବକଲି କୁମାରୀ, ଅନୁସୁୟା ପ୍ରଧାନ, ଅଶ୍ୱିନୀ କୁମାର ସେଠୀ, ସଚ୍ଚିଦାନନ୍ଦ କର, ସୁଶିଳ କୁମାର ରାଉତ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ ସଂସଦର ସାଧାରଣ ସଂପାଦକ କବି ମନୋରଂଜନ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କବି ମହେନ୍ଦ୍ର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କବି ଅମୁଲ୍ୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
