ରାମଲୀଳା ପ୍ରଚାର ସମିତିର ପ୍ରସ୍ତୁତି ବୈଠକ
କଟକ : କେନ୍ଦ୍ରୀୟ ରାମଲୀଳା ପ୍ରଚାର ସମିତି ପକ୍ଷରୁ ଆସନ୍ତା ମାସ ୨,୩,୪ ତାରିଖରେ ହେବାକୁ ଥିବା ଲୀଳା କିପରି ସୁରୁଖୁରୁରେ କରାଯିବ ସେଥିପାଇଁ ଏକ ପ୍ରସ୍ତୁତି ବୈଠକ ସମିତିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ଅଶୋକ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାଧାରଣ ସଂପାଦକ ଦିଲ୍ଲିପ କୁମାର ସ୍ୱାଇଁ ପ୍ରାରମ୍ଭିକ ସୂଚନା ଦେଇଥିଲେ । ସର୍ବବ୍ୟବସ୍ଥାପକ ଗୋପାଳ ଚନ୍ଦ୍ର ମିଶ୍ର ସ୍ୱାଗତ ଭାଷଣ, ସନ୍ତୋଷ କୁମାର ମଲ୍ଲିକ ଚଳିତ ବର୍ଷର ବଜେଟ ସଂପର୍କରେ ଆଲୋକପାତ କରିଥିଲେ । ଲୋକସଂପର୍କ ପ୍ରମୁଖ କୈଳାସ ଚନ୍ଦ୍ର ଜେନା ପ୍ରଚାର ପ୍ରସାର ଉପରେ ଆଲୋକପାତ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନଳିନ କୁମାର ସେନାପତି, ସୋମନାଥ ଦାସ, ସରସ୍ୱତୀ ବେହେରା, କେଶବ ଚନ୍ଦ୍ର ଜେନା, ଉଦୟନାଥ ବେହେରା, ସନାତନ ସ୍ୱାଇଁ, ବସନ୍ତ କୁମାର ଦାସ, ମାଧବ ମିଶ୍ର, ଉଲ୍ଲାସ ମହାପାତ୍ର, ଲକ୍ଷ୍ମୀନାରାୟଣ ମଲ୍ଲିକ, ନିବାସ ଚନ୍ଦ୍ର ମିଶ୍ର, କେଶବ ଚନ୍ଦ୍ର ବେହେରା, ତରଣୀସେନ ବେହେରା, ଶିବରାମ ସିହ୍ନା, ଚିନ୍ମୟ ବେହେରା, ଅଶ୍ୱିନୀ କୁମାର ସେଠୀ, ରବିନ୍ଦ୍ର ମହାରଣା, ମହେଶ୍ୱର ଦାସ, ପତିତପାବନ ଲାହା, ଶିବରାମ ନାୟକ, ସି.ଏଚ.ରାମମୋହନ ରାଓ, ରାମଶଙ୍କର ମଲ୍ଲିକ, ଦେବୀପ୍ରସନ୍ନ ମହାପାତ୍ର, ଜଗନ୍ନାଥ ବେହେରା, ଦିବେଶ କୁମାର ମହାନ୍ତି, ଶିବଦାସ ପୁର୍ଣ୍ଣଚନ୍ଦ୍ର ସିଂହ, ଲକ୍ଷ୍ମୀଧର ପରିଡା, ଗୟାଧର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ବିଜୟାନନ୍ଦ ପାଇଟାଲ ରାମଧୁନ ଗାନ କରିଥିଲେ ।
