ଆମ ରୋଷେଇ- “ଦହି ଇଲିଶି”
ସାମଗ୍ରୀ :
ଇଲିଶି ମାଛ – ୨ ପିସ
ବସା ଦହି – ୨ ଚାମଚ
ଲୁଣ – ସ୍ୱାଦ ଅନୁସାରେ
ହଳଦୀ ଗୁଣ୍ଡ – ୧ ଚା’ ଚାମଚ
ଲଙ୍କା ଗୁଣ୍ଡ – ୧/୨ ଛୋଟ ଚାମଚ
ଚିନି – ୧ ଛୋଟ ଚାମଚ
ପାଣି – ୧.୫ କପ
ସୋରିଷ – ୩ ଛୋଟ ଚାମଚ
କଞ୍ଚା ଲଙ୍କା – ୨ ଟି
ସୋରିଷ ତେଲ – ୧ ଟେବୁଲ ଚାମଚ
ଧଣିଆ ପତ୍ର – କିଛି (କଟା)
ପ୍ରଣାଳୀ-
ପ୍ରଥମେ ୨ ଛୋଟ ଚାମଚ ସୋରିଷ ଆଉ କଞ୍ଚା ଲଙ୍କା ବାଟି ପେଷ୍ଟ ବନେଇ ଦିଅନ୍ତୁ ।
ଇଲିଶି ମାଛ ଖଣ୍ଡକୁ ଭଲକି ଧୋଇ ରଖନ୍ତୁ ।
ଅନ୍ୟ ଏକ ପାତ୍ରରେ ବସା ଦହି ୨ ଚାମଚ, ଲୁଣ – ସ୍ୱାଦ ଅନୁସାରେ, ଲଙ୍କା ଗୁଣ୍ଡ ୧/୨ ଚାମଚ, ଚିନି ୧ ଚାମଚ, ହଳଦୀ ଗୁଣ୍ଡ ୧ ଚାମଚ ନେଇ ସେଥିରେ ୧.୫ କପ ପାଣି ଦେଇ ଭଲକି ଗୋଳାଇ ଦିଅନ୍ତୁ ।
ଏବେ ଧୁଆ ହୋଇ ଥିବା ଇଲିଶି ମାଛ କୁ ସେଥିରେ ମିଶାଇ ୪-୫ ମିନିଟ ରଖି ଦିଅନ୍ତୁ ।
ଗ୍ୟାସ ଅନ କରି ପ୍ୟାନ ବସାନ୍ତୁ । ପ୍ୟାନ ଟିକେ ଗରମ ହୋଇଗଲେ ୨ ଚାମଚ ସୋରିଷ ତେଲ ପକାନ୍ତୁ । ତେଲ ଗରମ ହୋଇଆସିଲେ ଗ୍ୟାସ ଆଞ୍ଚ କମ କରି ବଳକା ଥିବା ସୋରିଷ ପକାଇ ଫୁଟାନ୍ତୁ ।
ଏବେ ମାଛ ଖଣ୍ଡ କୁ ଧୀରେ କରି ପ୍ୟାନ ରେ ରଖନ୍ତୁ ଓ ପାତ୍ର ରେ ରହି ଯାଇଥିବା ମସଲା ପାଣି କୁ ମାଛ ଉପରେ ଢାଳି ଦିଅନ୍ତୁ । ସେଇ ଧୀମା ଆଞ୍ଚ ରେ ମାଛ ସିଝିବା ଯାଏ ରଖନ୍ତୁ (୧୦ -୧୨ ମିନିଟ )।
ମାଛ ହୋଇଗଲେ ପ୍ଲେଟ କୁ ବାହାର କରି ଧଣିଆ ପତ୍ର ରେ ସଜାଇ ପରସନ୍ତୁ । ଛାଡଖାଇ ରେ ଏକ ନିଆରା ସ୍ୱାଦର ଇଲିଶି ମାଛ ତରକାରୀ ମଜା ନିଅନ୍ତୁ ।
ବି : ଦ୍ର: ଗ୍ୟାସ କମ ଆଞ୍ଚ ରେ ସେଟ କଲା ପରେ ଯାଇ ମାଛ ପକାନ୍ତୁ ନହେଲେ ଦହି ଛିଡି ଯିବାର ଭୟ ଅଛି । ଆପଣ ଚାହିଁଲେ ମାଛ ଅଧିକ ନେଇ ସେଇ ଅନୁପାତ ରେ ମସଲା ନେଇ ପାରିବେ ।
ଦହି ଇଲିଶି କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ
