ଆମ ରୋଷେଇ- “ଲେମୋନ ରାଇସ୍”
ସାମଗ୍ରୀ :
ଚାଉଳ – ୧.୫ କପ
ଲେମ୍ବୁ ରସ – ଆବଶ୍ୟକ ଅନୁଯାୟୀ
ଲୁଣ – ସ୍ୱାଦ ଅନୁସାରେ
ତେଲ – ୨ ଟେବୁଲ ଚାମଚ
ସୋରିଷ – ୩/୪ ଚା’ ଚାମଚ
ବିରି ଡାଲି – ୧ ଚା’ ଚାମଚ
ଚଣା ଡାଲି – ୧.୫ ଚା’ ଚାମଚ
ହଳଦୀ – ୧/୪ ଚା’ ଚାମଚ
କାଜୁ କିମ୍ବା ଚିନା ବାଦାମ – ୪ ଟେବୁଲ ଚାମଚ
ଗୋଟା ଶୁଖିଲା ଲଙ୍କା – ୨ଟି
କଞ୍ଚା ଲଙ୍କା – ୨ଟି
ହେଙ୍ଗୁ – ଚିମୁଟାଏ
ଭୁର୍ସୁଙ୍ଗା ପତ୍ର – ୧୦ ରୁ ୧୨ଟି
ଅଦା କୋରା କିମ୍ବା ଛେଚା – ୧/୨ ଟେବୁଲ ଚାମଚ
ପ୍ରଣାଳୀ-
ପ୍ରଥମେ ଚାଉଳକୁ ଭଲ ଭାବେ ଧୋଇ ନିଅନ୍ତୁ । ୧୫ ମିନିଟ ପାଇଁ ପାଣିରେ ଭିଜାଇ ରଖନ୍ତୁ ।
ଏହାକୁ ଭଲ ଭାବରେ ଭାତ ରାନ୍ଧି ନିଅନ୍ତୁ । ମନେରଖିବେ ଯେମିତିକି ଚାଉଳ ଗୋଟା ଗୋଟା ହୋଇ ରହିବ ।
ଭାତ ଥଣ୍ଡା ହେଲା ପରେ ଏଥିରେ ଲେମ୍ବୁ ରସ, ଲୁଣ ଓ ୧ ଚ’ ଚାମଚ ତେଲ ଛିଂଚି ଭଲକି ମିଶାଇ ଦିଅନ୍ତୁ । ଏହାକୁ ଚାଖି ନିଜ ସ୍ୱାଦ ଅନୁସାରେ ଲୁଣ ଓ ଲେମ୍ବୁ ରସ
ବ୍ୟବହାର କରିପାରିବେ ।
ପ୍ୟାନରେ ତେଲ ଧିମା ଆଞ୍ଚରେ ଗରମ କରନ୍ତୁ ।
ତେଲ ଗରମ ହୋଇଗଲେ କାଜୁ କିମ୍ବା ଚିନା ବାଦାମକୁ ଅଧା ଭଜା କରି ଭାଜନ୍ତୁ ।
ଏବେ ଶୁଖିଲା ଲଙ୍କା, ବିରି ଡାଲି ଓ ଚଣା ଡାଲି ପକାଇ ଭାଜନ୍ତୁ ।
ଡାଲି ଭାଜି ହୋଇ ସୋନେଲି ରଙ୍ଗ ହୋଇଗଲେ ଗୋଟା ସୋରିଷ ପକାନ୍ତୁ ।
ସୋରିଷ ଫୁଟିବା ଆରମ୍ଭ କଲେ ଅଦା ଛେଚା, କଞ୍ଚା ଲଙ୍କା ଓ ଭୁର୍ସୁଙ୍ଗା ପତ୍ର ପକାଇ ଭାଜନ୍ତୁ ।
ପରେ ହେଙ୍ଗୁ ଓ ହଳଦୀ ଗୁଣ୍ଡ ମିଶାଇ ଭାଜନ୍ତୁ । ମାନେ ରଖିବେ ଆଡକୁ ବେଶୀ ଭାଜିବେ ନାହିଁ ନହେଲେ ପିତା ଲାଗି ପରେ ।
ଏବେ ଡାଲି କୁ ନରମ କରିବା ପାଇଁ ୨ ରୁ ୩ ଟେବୁଲ ଚାମଚ ପାଣି ମିଶାଇ ଦିଅନ୍ତୁ ।
୨ ରୁ ୩ ମିନିଟ ପରେ ରଖିଥିବା ଥଣ୍ଡା ଭାତ ପକାଇ ମିଶାନ୍ତୁ । ଏହାକୁ ୨୦ ରୁ ୨୫ ମିନିଟ ପର୍ଯ୍ୟନ୍ତ ଢାଙ୍କି ଦେଇ ରାନ୍ଧନ୍ତୁ ।
ଏବେ ଏହାକୁ ଆଞ୍ଚରୁ ଓହ୍ଲାଇ ଦହି କିମ୍ବା ଆଚାର ସହ ଗରମ ଗରମ ପରସନ୍ତୁ ।
ଲେମୋନ ରାଇସ୍ କେମିତି ଲାଗିଲା?
୧) ଭଲ ୨)ବହୁତ ଭଲ
