ଆମ ରୋଷେଇ- “ଟମାଟୋ ଅମ୍ଲେଟ”
ସାମଗ୍ରୀ :
ବେସନ- ୨ କପ୍, କଟା ଟମାଟୋ- ୧କପ୍, କଟା ପିଆଜ- ୧କପ୍, କଟା ଅଦା-୧/୨ ଇଂଚ, କଟା କଂଚା ଲଙ୍କା- ୧, ଧନିଆ ପତ୍ର- ୧/୪ କପ୍, ଲଙ୍କା ଗୁଣ୍ଡ- ୧/୪ ଚାମଚ, ଗରମ ମସଲା- ୧/୪ ଚାମଚ, ହଳଦୀ ଗୁଣ୍ଡ୧/୪ ଚାମଚ, ପାଣି-ତେଲ-ଲୁଣ ଆବଶ୍ୟକ ଅନୁସାରେ ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଏକ ପାତ୍ରରେ ବେସନ, ପିଆଜ, ଟମାଟୋ, ଅଦା, ଧନିଆ ପତ୍ର, କଂଚା ଲଙ୍କା, ଲଙ୍କା ଗୁଣ୍ଡ, ହଳଦୀ, ଗରମ ମସଲା, ଲୁଣ ଓ ପାଣି ମିଶାଇ ଭଲଭାବେ ଗୋଳାନ୍ତୁ । ପିଠା କରିବା ଭଳି ମିଶ୍ରଣକୁ ସାମାନ୍ୟ ତରଳ କରନ୍ତୁ । ଏବେ ତାୱାରେ ତେଲ ଗରମ କରି ସେଥିରେ ମିଶ୍ରଣକୁ ପିଠା ଆକାର ଦିଅନ୍ତୁ । ଦୁଇ ପାଶ୍ୱର୍ ଲାଲ୍ ହେବା ପରେ ପ୍ଲେଟ୍କୁ କାଢ଼ନ୍ତୁ । ଏବେ ପ୍ରସ୍ତୁତ ହେଲା ବେସନ ଅମ୍ଲେଟ୍ । ସସ୍ ସହ ପରଷନ୍ତୁ ଏହାକୁ ।
