ଆମ ରୋଷେଇ- “ଫୁଲ କୋବି ପନିର ମସାଲା”
ସାମଗ୍ରୀ :
ପନିର – ୮ ପିସ (cube)
ଫୁଲ କୋବି – ୨ ଟି ମଝି ସାଇଜ୍
କଟା ପିଆଜ – ୧ ଟି (ବଡ଼)
କଟା ବିଲାତି – ୨ ଟି ମଝି ସାଇଜ୍
ଅଦା-ରସୁଣ ପେଷ୍ଟ – ୧ ଟେବୁଲ ଚାମଚ
କରି ପାଉଡର – ୧ ଟେବୁଲ ଚାମଚ
ଗରମ ମସଲା – ୧/୨ ଚା’ ଚାମଚ
କସୁରି ମେଥି – ୨ ଟେବୁଲ ଚାମଚ
ସୋୟା ସସ – ୧ ଚା’ ଚାମଚ
ଟମାଟୋ ସସ – ୧ ଟେବୁଲ ଚାମଚ
ଜିରା – ୧ ଚା’ ଚାମଚ
ଘିଅ – ୧ ଟେବୁଲ ଚାମଚ
ତେଲ – ୧ ଟେବୁଲ ଚାମଚ
ହଳଦୀ – ୧/୪ ଚା’-ଚାମଚ
କାଶ୍ମୀର ଲଙ୍କା ଗୁଣ୍ଡ – ୧ ଚା’-ଚାମଚ
ଲୁଣ – ସ୍ୱାଦ ଅନୁସାରେ
କଟା ଧନିଆ ପତ୍ର – ୨ ଟେବୁଲ ଚାମଚ (ସଜାଇବା ପାଇଁ)
ପ୍ରଣାଳୀ :-
ପ୍ରଥମେ କୋବି କୁ ମଧ୍ୟମ ସାଇଜ୍ ରେ କାଟି ଭଲ ଭାବରେ ଧୋଇ ଅଲଗା କରି ରଖନ୍ତୁ । ଏକ ପାତ୍ରରେ ୩ କପ୍ ପାଣି ନେଇ ଗରମ କରନ୍ତୁ । ଏଥିରେ କଟା ହୋଇଥିବା କୋବି ଖଣ୍ଡକୁ ୧୫ ରୁ ୨୦ ମିନିଟ୍ ପକାଇ ଓ ଏହାପରେ ଅଲଗା କରି କାଢି ରଖନ୍ତୁ ।
ପନିର କୁ ଗରମ ପାଣିରେ ରଖନ୍ତୁ ଯେତେ ପର୍ଯ୍ୟନ୍ତ ତରକାରୀରେ ବ୍ୟବହାର ନ ହୋଇଛି ।
ପ୍ୟାନରେ ତେଲ ଓ ଘିଅ ଗରମ କରି ସେଥିରେ ଜିରା ପକାନ୍ତୁ ।
ଜିରା ଫୁଟି ଆସିଲେ କଟା ପିଆଜ ପକାଇ ସୁନେଲି ରଙ୍ଗ ଆସିବା ଯାଏ ଭାଜନ୍ତୁ ।
ପରେ ଏଥିରେ ଅଦା-ରସୁଣ ପେଷ୍ଟ ପକାଇ କଶନ୍ତୁ ।
ଅଦା-ରସୁଣର କଞ୍ଚା ବାସ୍ନା ଚାଲିଗଲେ କଟା ବିଲାତି ପକାନ୍ତୁ । ବିଲାତି ନରମ ହେଲା ଯାଏ ଭାଜନ୍ତୁ ।
ପରେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କରି ପାଉଡର, ଗରମ ମସଲା, ଲୁଣ ଓ ସୋୟା ସସ ପକାଇ ୧ ମିନିଟ କଶନ୍ତୁ ।
ଏହାପରେ ଟମାଟୋ ସସ ପକାଇ ଭଲ ଭାବରେ ମିଶାନ୍ତୁ । ଏବେ କୋବି ଖଣ୍ଡ ପକାଇ ୧ କପ ପାଣି ଦେଇ ଫୁଟିବା ପାଇଁ ଛାଡ଼ି ଦିଅନ୍ତୁ ।
ଝୋଳ ଫୁଟିବା ଆରମ୍ଭ ହେଲେ କସୁରି ମେଥି ଓ ପନିର ଖଣ୍ଡ କୁ ପକାଇ ଭଲ ଭାବେ ମିଶାନ୍ତୁ । ଏହାକୁ ୪ ର ୫ ମିନିଟ ପାଇଁ ଧିମା ଆଞ୍ଚରେ ରାନ୍ଧନ୍ତୁ ।
ପରେ ଆଞ୍ଚ ବନ୍ଦ କରି ଧନିଆ ପତ୍ରରେ ସଜାଇ ଦିଅନ୍ତୁ ।
ଏହାକୁ ରୋଟୀ କିମ୍ବା ବିରିୟାନୀ ସହ ଖାଇ ପାରିବେ ।
ଫୁଲ କୋବି ପନିର ମସାଲା କେମିତି ଲାଗିଲା?
୧) ଭଲ ୨)ବହୁତ ଭଲ
