ତାୱା କୁଲଚା
ଆବଶ୍ୟକ ସାମଗ୍ରୀ :
୨ ଗିନା ମଇଦା, ଚିମୁଟେ ଲୁଣ, ୧ ବଡ଼ ଚାମଚ ଚିନି, ୧ ଛୋଟ ଚାମଚ ଖାଇବା ସୋଡ଼ା, ୨ ବଡ଼ ଚାମଚ ଦହି, ୩ ବଡ଼ ଚାମଚ ବଟର, କଟା ଧନିଆ ପତ୍ର, ୧ କପ ଉଷୁମ ପାଣି।
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ଏକ ପାତ୍ରରେ ମଇଦା ରଖନ୍ତୁ। ଏବେ ଏଥିରେ ଦହି, ଖାଇବା ସୋଡ଼ା, ଚିନି, ଲୁଣ ମିଶାନ୍ତୁ। ଅଳ୍ପ ଅଳ୍ପ ପାଣି ମିଶାଇ ଏହାକୁ ନରମ ଭାବେ ଦଳନ୍ତୁ। ଏହାକୁ ଏୟାର ଟାଇଟ କଣ୍ଟେନରରେ ୨ ଘଣ୍ଟା ବନ୍ଦ କରି ରଖନ୍ତୁ। ଡବା ଖୋଲି ଏଥିରେ ହାଲୁକା ତେଲ ପକାଇ ଦଳନ୍ତୁ। ମଇଦାର ଛୋଟ ଛୋଟ ଗୁଳା ତିଆରି କରି ବେଲନ୍ତୁ। ଏହାର ଗୋଟିଏ ପଟେ ଧନିଆ ଓ ଅନ୍ୟପଟେ ପାଣି ଲଗାନ୍ତୁ। ପାଣି ଲଗାଇଥିବା ପାର୍ଶ୍ବକୁ ତାୱାରେ ରଖନ୍ତୁ। ଏବେ ତାୱା ଧରି ଗ୍ୟାସ ଉପରେ କୁଲଚାକୁ ଓଲଟାଇ ସେକନ୍ତୁ। ପରେ ଏହାର ଅପରପାର୍ଶ୍ବ ସେକନ୍ତୁ। ଏବେ ତିଆରି ହୋଇଗଲା ତାୱା କୁଲଚା। ଏଥିରେ ବଟର ଲଗାଇ ଚଣା, ଆଳୁ ତରକାରୀ ସହିତ ପରଷନ୍ତୁ।
