ଅଣ୍ଡା କୋଫତା
ଆବଶ୍ୟକ ସାମଗ୍ରୀ :
୪ଟା ସିଝାଅଣ୍ଡା, ୧ ବଡ଼ ଚାମଚ ଅଦା ରସୁଣ ପେଷ୍ଟ, ଅଧ ଚାମଚ ଲଙ୍କା ଗୁଣ୍ଡ, ଅଧ ଚାମଚ ଧନିଆ ଗୁଣ୍ଡ, ଅଧ ଚାମଚ ଗରମ ମସଲା, ଦୁଇ ଚିମୁଟା ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ସ୍ବାଦାନୁସାରେ ଲୁଣ, କଟା ଧନିଆ ପତ୍ର, ୧ ବଡ଼ ଚାମଚ କର୍ଣ୍ଣଫ୍ଲୋର, ୧ ବଡ଼ ଚାମଚ ଲହୁଣୀ, ତେଲ, ମସଲା ଗ୍ରେଭି କରିବା ପାଇଁ ୧ ବଡ଼ ଚାମଚ ଲହୁଣୀ, କଟା ପିଆଜ, ୧ ବଡ଼ ଚାମଚ ଟମାଟୋ ପ୍ୟୁରି, ଲଙ୍କାଗୁଣ୍ଡ, ଚାଟ ମସଲା, ଧନିଆ ପତ୍ର।
ପ୍ରସ୍ତୁତି ପ୍ରଣାଳୀ :
ଅଣ୍ଡା କୋଫତା କରିବା ପାଇଁ ପ୍ରଥମେ ସିଝା ଅଣ୍ଡାକୁ ଗ୍ରେଟରେ ଗ୍ରେଟ କରି ସମସ୍ତ ମସଲା ପକାନ୍ତୁ। ଏଥିରେ କର୍ଣ୍ଣଫ୍ଲୋର ପକାଇ ଭଲ ଭାବେ ମିଶାନ୍ତୁ। ଏହାକୁ କୋଫତା ଆକାରରେ ଛୋଟ ଛୋଟ ବଲ ତିଆରି କରନ୍ତୁ। ଗୋଲ୍ଡେନ ବ୍ରାଉନ ହେବା ଯାଏ ଏହାକୁ ଫ୍ରାଏ କରି ବାହାର କରନ୍ତୁ। ଏବେ କଟା ପିଆଜ ପକାଇ ଭାଜନ୍ତୁ। ସମସ୍ତ ମସଲା ପକାଇ ପୁଣି କିଛି ସମୟ ଭାଜନ୍ତୁ। ଟମାଟୋ ପ୍ୟୁରି ପକାଇ କିଛି ସମୟ ଭାଜିବା ପରେ ପାଣି ଦେଇ ସିଝାନ୍ତୁ। ଲଙ୍କା ଗୁଣ୍ଡ, ଚାଟ ମସଲା ଓ ଲୁଣ ପକାଇ ଭଲ ଭାବେ ମିଶାନ୍ତୁ। ଏବେ ତିଆରି ହୋଇଗଲା ଅଣ୍ଡା କୋଫତା ତରକାରୀ। ଶେଷରେ ଧନିଆ ପତ୍ର ପକାଇ ଗରମ ଗରମ ପରଷନ୍ତୁ।
