ସେଉ ଟମାଟୋ ତରକାରୀ
ସାମଗ୍ରୀ :
ପିଆଜ, ଟମାଟୋ, କଞ୍ଚା ଲଙ୍କା, ଜିରା, ତେଜପତ୍ର, ଲୁଣ, ହଳଦୀ, ସେଉ, ଭୃଷଙ୍ଗ ପତ୍ର, ତେଲ, ଲଙ୍କା ଗୁଣ୍ଡ, ଧନିଆ ପତ୍ର।
ପ୍ରସ୍ତୁତି :
ପ୍ରଥମେ ଏକ ପ୍ୟାନ ନେଇ ସେଥିରେ ତେଲ ପକାଇ ଗରମ କରନ୍ତୁ। ଏବେ ଏଥିରେ ତେଜପତ୍ର ପକାଇବା ପରେ ଜିରା ପକାନ୍ତୁ। ଏହାପରେ ଭ୍ରୁଷୁଙ୍ଗ ପତ୍ର ପକାଇ ଭାଜନ୍ତୁ। ଏବେ ଏଥିରେ ହେଙ୍ଗୁ ମିଶାନ୍ତୁ ଏବଂ ବାସ୍ନା ଆସିବା ପଯ୍ୟର୍ନ୍ତ ଭାଜନ୍ତୁ। ଏହାପରେ ପିଆଜ ପକାଇ କିଛି ସମୟ ପର୍ଯ୍ୟନ୍ତ ଭାଜନ୍ତୁ। ଟିକିଏ ଭାଜି ହୋଇଯିବା ପରେ ଟମାଟୋ କାଟି ପକାଇ ଦିଅନ୍ତୁ। ଟମାଟୋ ହୋଇଯିବା ପରେ ଏଥିରେ କଞ୍ଚାଲଙ୍କା, ହଳଦୀ, ସ୍ୱାଦ ଅନୁସାରେ ଲୁଣ, ଲଙ୍କା ଗୁଣ୍ଡ ପକାନ୍ତୁ। ମସଲା ପକାଇବା ପରେ ଭଲ ଭାବରେ ଫୁଟିବା ପାଇଁ ଛାଡ଼ି ଦିଅନ୍ତୁ। ଫୁଟିଯିବା ପରେ ଏବେ ଏଥିରେ ସେଉ ମିଶାଇ ତରକାରୀକୁ କାଢ଼ି ଦିଅନ୍ତୁ। ଏହାପରେ ତରକାରୀରେ ଧନିଆପତ୍ର ପକାଇ ଆପଣ ଗରମା ଗରମ ଖାଇପାରିବେ।
“ସେଉ ଟମାଟୋ” ତରକାରୀ କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ
