ବିନା ମସଲାରେ ଚିକେନ୍ ତରକାରୀ
ତେଲ ମସଲାଯୁକ୍ତ ଖାଦ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏଥିପାଇଁ କିଛି ଲୋକ ଆମିଷ ଖାଇନଥା’ନ୍ତି, କାରଣ ଏହା ଅଧିକ ତେଲ ମସଲାରେ ତିଆରି ହୋଇଥାଏ। ହେଲେ ବିନା ମସଲାରେ ବି ଆପଣ ଚିକେନ୍ କରି ଖାଇପାରିବେ। ଜାଣନ୍ତୁ, ବିନା ମସଲାରେ କେମିତି ହୁଏ ଚିକେନ୍ ତରକାରୀ।
ସାମଗ୍ରୀ :
ଚିକେନ୍ – ଅଧ କେଜି
ପିଆଜ – ୨ ଟା ବଡ଼ ପିଆଜ କଟା
ଅଦା – ୧ଇଞ୍ଚ ଛୋଟ ଛୋଟ କଟା
ରସୁଣ – ୫ କୋଲା କଟା
ଟମାଟୋ – ୨ଟି ବଡ଼ ଟମାଟୋ କଟା
୪ଟି କଞ୍ଚା ଲଙ୍କା
ଦହି – ଅଧକପ୍
ସୋରିଷ ତେଲ ଆବଶ୍ୟକ ଅନୁଯାୟୀ
ଲୁଣ ସ୍ୱାଦ ଅନୁଯାୟୀ
ପ୍ରସ୍ତୁତି :-
ଚିକେନ୍କୁ ଲୁଣ ହଳଦୀ ପକାଇ ମ୍ୟାରିନେଟ୍ କରନ୍ତୁ।
ଗ୍ୟାସ୍ରେ କଡ଼େଇ ବସାନ୍ତୁ। ଏଥିରେ ସୋରିଷ ତେଲ ପକାଇ ଚିନି ଅଧ ଚାମଚ ପକାନ୍ତୁ। ଚିନିରୁ ନାଲି ଉଠିଲେ ସେଥିରେ ପିଆଜ କଟା ପକାଇ ଭାଜନ୍ତୁ। ପିଆଜ ବାଦାମୀ ହୋଇଗଲେ, ସେଥିରେ କଞ୍ଚା ଲଙ୍କା ଓ ଚିକେନ୍କୁ ପକାଇ ମିଶାନ୍ତୁ। ଏହି ସମୟରେ ଗ୍ୟାସ୍ର ଜାଳ ଅଧିକ ରଖନ୍ତୁ, ଚିକେନ୍ରୁ ଅତ୍ୟଧିକ ପାଣି ମରିଗଲେ ଗ୍ୟାସ୍ ଜାଳ କମ୍ କରନ୍ତୁ। ଏହାପରେ ଚିକେନ୍ରେ ଟମାଟୋ କଟା, ଅଦା କଟା, ରସୁଣ କଟା ପକାଇ ଗ୍ୟାସ୍କୁ ମଧ୍ୟ ଜାଳରେ ରଖନ୍ତୁ।
ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ମଝିରେ ମଝିରେ ଚିକେନ୍ ଲେଉଟେଇ ଥିବେ। ଏହାପରେ ଅଧ କପ୍ ଦହି ପକାଇ ମିଶାନ୍ତୁ। ଏବେ ଗ୍ୟାସ୍ର ଜାଳ କମ୍ କରନ୍ତୁ। ୧୦ ମିନିଟ୍ ପରେ ଝୋଳ ବହଳିଆ ହୋଇଗଲେ ଗ୍ୟାସ୍କୁ ବନ୍ଦ କରନ୍ତୁ ଏବଂ ସେଥିରେ ଧନିଆ ପତ୍ର ପୋଦିନା ପତ୍ର ମିଶାନ୍ତୁ।
“ବିନା ମସଲାରେ ଚିକେନ୍ ତରକାରୀ” ତରକାରୀ କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ
