ଆମ ରୋଷେଇ- “ଅଣ୍ଡା ବିରିୟାନୀ”
ସାମଗ୍ରୀ :
ବିରିୟାନୀ ଭାତ ପାଇଁ
ବାସୁମତି ଚାଉଳ – ୨ କପ
ତେଲ କିମ୍ବା ଘିଅ – ୧ ଚାମଚ
ତେଜ ପତ୍ର – ୧ଟି
କଳା ଜିରା – ୧/୨ ଚା’-ଚାମଚ
ଅଳେଇଚ – ୨ଟି
ଲୁଣ – ଆବଶ୍ୟକ ଅନୁଯାଇ
ବିରିୟାନୀ ଗ୍ରେଭି ପାଇଁ
ସିଝା ଅଣ୍ଡା – ୫ଟି
ତେଲ – ୨ ଚାମଚ
ବିରିୟାନୀ ଫୁଲ – ୧ଟି
ଡାଲଚିନି – ୧ ଖଣ୍ଡ
ତେଜ ପତ୍ର – ୧ଟି
ଲବଙ୍ଗ – ୨ଟି
କଟା ପିଆଜ – ୧ କପ
କଟା ବିଲାତି – ୧ କପ
ଅଦା-ରସୁଣ ପେଷ୍ଟ – ୧ ଟେବୁଲ ଚାମଚ
କଟା କଞ୍ଚା ଲଙ୍କା – ୧ଟି
ଲଙ୍କା ଗୁଣ୍ଡ – ୧ ଚାମଚ
ହଳଦୀ ଗୁଣ୍ଡ – ୧/୨ ଚାମଚ
ନଡ଼ିଆ କ୍ଷୀର – ୧/୧ କପ
କଟା ଧନିଆ ପତ୍ର – ୧ ଚାମଚ
ଘିଅ – ୧ ଟେବୁଲ ଚାମଚ
ଗରମ ମସଲା ପାଇଁ
ପାନ ମହୁରୀ – ୩/୪ ଚା’-ଚାମଚ
ଡାଲଚିନି – ୧ ଖଣ୍ଡ
ଲବଙ୍ଗ – ୪ଟି
ଗୋଲମରିଚ – ୧/୨ ଚା’-ଚାମଚ
ଅଳେଇଚ – ୪ଟି
ଜାୟତ୍ରୀ ଫଳର ଗୁଣ୍ଡ – ଚିମୁଟାଏ
ଧନିଆ – ୧ ଟେବୁଲ-ଚାମଚ
ଜିରା – ୧/୨ ଚା’-ଚାମଚ
ପ୍ରଣାଳୀ:-
ବାସୁମତି ଚାଉଳକୁ ଭଲ ଭାବରେ ଧୋଇ ପାଣିରେ ଅଧ ଘଣ୍ଟାଏ ଯାଏଁ ଭିଯାଇ ଛାଣି ରଖନ୍ତୁ । ଗୋଟିଏ ବଡ ପାତ୍ରରେ ୬ ରୁ ୮ କପ ପାଣି ଗରମ କରି ସେଥିରେ ତେଜପତ୍ର, ଗୁଜୁରାତି, ତେଲ ଓ ଲୁଣ ପକାନ୍ତୁ । ପାଣି ଫୁଟିବା ପରେ ସେଥିରେ ଭିଜା ଯାଇଥିବା ଚାଉଳ ପକାନ୍ତୁ । ୮ ରୁ ୧୦ ମିନିଟ ଯାଏଁ ରାନ୍ଧନ୍ତୁ । ଏବେ ଛଣା ସାହାଯ୍ୟରେ ଭାତକୁ ଛାଣି ରଖନ୍ତୁ ।
ପ୍ରଥମେ ଗରମ ମସଲା ପାଇଁ ସବୁ ମସଲାକୁ ଭଲ ଭାବରେ ମିଶାଇ ଗୁଣ୍ଡ କରିନିଅନ୍ତୁ । ପ୍ୟାନରେ ତେଲ ଗରମ କରି ସେଥିରେ ତେଜପତ୍ର, ଲବଙ୍ଗ, ବିରିୟାନୀ ଫୁଲ ଓ ଅଳେଇଚ ପକାଇ ହାଲକା ଭାଜନ୍ତୁ । ଏହାପରେ ପିଆଜ କଟା ପକାଇ ସୁନେଲି ରଙ୍ଗ ଯାଏ ଭାଜନ୍ତୁ । ଏବେ ଅଦା- ରସୁଣ ପେଷ୍ଟ ପକାଇ ଗନ୍ଧ ଯିବା ଯାଏ ରାନ୍ଧନ୍ତୁ । ପରେ କଟା ବିଲାତି ଓ ଲୁଣ ପକାଇ ଭାଜନ୍ତୁ । ବିଲାତି ସିଝି ଆସିଲେ, ଗରମ ମସଲା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ପକାଇ ୨ ମିନିଟ ପର୍ଯ୍ୟନ୍ତ ଭଲଭାବରେ କଷି ଦିଅନ୍ତୁ । ଏହାପରେ ଅଣ୍ଡା ପକାଇ ୨ ମିନିଟ ପାଇଁ ହାଲକା ହାଲକା ଭାଜନ୍ତୁ । ଏବେ ନଡ଼ିଆ କ୍ଷୀର ଢାଳି ଭଲ ଭାବରେ ଗୋଳାଇ କଷି ଦିଅନ୍ତୁ । ଏବେ ଆମର ପ୍ରସ୍ତୁତ ହୋଇଗଲା ବିରିୟାନୀ ପାଇଁ ଗ୍ରେଭି ।
ଏବେ ଆଞ୍ଚକୁ ଭଲ ଭାବରେ ଧିମା କରିଦିଅନ୍ତୁ । ଏହା ଉପରେ କିଛି ଧନିଆ ପତ୍ର ଭଲ ଭାବରେ ଛିଂଚି ଦେଇ ଏହା ଉପରେ ଭାତ କୁ ରଖନ୍ତୁ । ଏବେ ଭାତ ଉପରେ ଧନିଆ ପତ୍ର ଓ ଘିଅ ପକାଇ ସଜାଇ ଦିଅନ୍ତୁ । ଏବେ ଭଲ ଭାବରେ ଢାଙ୍କୁଣୀ କୁ ଢାଙ୍କି ଏହା ଉପରେ କିଛି ଓଜନିଆ ଜିନିଷ ରଖନ୍ତୁ ଯେମିତିକି ବାମ୍ଫ ବାହାରକୁ ନଯାଇପାରେ । ଏମିତି ପୁରା ଧିମା ଆଞ୍ଚରେ ୯ ରୁ ୧୦ ମିନିଟ ଯାଏ ରାନ୍ଧନ୍ତୁ । ଏହାପରେ ଆଞ୍ଚ ବନ୍ଦ କରି ଦିଅନ୍ତୁ ଓ ୧୦ ମିନିଟ ପାଇଁ ଛାଡ଼ି ଦିଅନ୍ତୁ । ଏବେ ଆମର ପ୍ରସ୍ତୁତ ହୋଇଗଲା ଅଣ୍ଡା ବିରିୟାନୀ । ଏହାକୁ କଚୁମ୍ବର କିମ୍ବା କଟା ପିଆଜ ସାଙ୍ଗରେ ଖାନ୍ତୁ ଓ ଖୁଆନ୍ତୁ ।
ଅଣ୍ଡା ବିରିୟାନୀ କେମିତି ଲାଗିଲା?
୧) ଭଲ ୨)ବହୁତ ଭଲ
