ଆମ ରୋଷେଇ- “ଦହି ମସଲା ଭେଣ୍ଡି”
ସାମଗ୍ରୀ :
ଭେଣ୍ଡି – ୫୦୦ ଗ୍ରାମ୍
କୋରା ନଡ଼ିଆ – ୧ କପ୍
ପାଣି – ୧/୩ କପ୍
କାଜୁ ବଟା – ୧ ଟେବୁଲ୍-ଚାମଚ
ତେଲ – ୨ ଚାମଚ
ଭେଣ୍ଡି ଛାଣିବାକୁ – ତେଲ
ଲାଲ୍ ଲଙ୍କା – ୨ଟା
ସୋରିଷ – ୧ ଚାମଚ
ଜିରା – ୧ ଚାମଚ
କଟା ପିଆଜ – ୧/୨ କପ୍
କଟା ଟମାଟୋ – ୧ କପ୍
ଲଙ୍କାଗୁଣ୍ଡା – ୧ ଚାମଚ
ଚାଟ୍ ମସଲା – ୧ ଚାମଚ
ବିରିଡାଲି – ୪ ଚାମଚ
ଦହି (ଫେଣ୍ଟା) – ୧/୨ କପ୍
ପାଣି – ୧ କପ୍
ଭୁର୍ସୁଙ୍ଗ ପତ୍ର – ଅଳ୍ପ
ଲୁଣ – ସ୍ୱାଦ ଅନୁସାରେ
ସଜାଇବା ପାଇଁ- କୋରା ନଡ଼ିଆ, ଧଣିଆ ପତ୍ର
ପ୍ରଣାଳୀ :–
ଭେଣ୍ଡି ଧୋଇ ପୋଛି ୧ ଇଞ୍ଚ ସାଇଜ୍ରେ କାଟି ତେଲରେ ଛାଣି ପେପରରେ କାଢ଼ି ରଖନ୍ତୁ ।
କରେଇରେ ୨ ଚାମଚ ତେଲ ଦେଇ ଲଙ୍କା, ସୋରିଷ, ଜିରା ପକାଇ ଫୁଟାନ୍ତୁ ।
ଏଥର ପିଆଜକୁ ଲାଲ କରି ଭାଜି ବିଲାତି ମିଶାଇ ଭଲକରି ଭାଜନ୍ତୁ ।
ତା’ପରେ ଲଙ୍କାଗୁଣ୍ଡ, ଚାଟ୍ ମସଲା, ଲୁଣ ପକାଇ ଭଲକରି ମିଶାନ୍ତୁ ।
ପରେ ଦହି ଓ ନଡ଼ିଆ କୋରା ପକାନ୍ତୁ ଓ ଘାଣ୍ଟନ୍ତୁ ।
୬ ମିନିଟ୍ ପରେ ପାଣି ଓ ଭେଣ୍ଡି ପକାନ୍ତୁ । ଝୋଳ ମରିବା ଯାଏଁ ରାନ୍ଧନ୍ତୁ ।
ଫୁଟଣ ପାଇଁ ଆଉ ୨ ଚାମଚ ତେଲ ଅନ୍ୟ ଏକ ପ୍ୟାନରେ ଗରମ କରନ୍ତୁ ।
ଭୁର୍ସଙ୍ଗ ପତ୍ର ପକାଇ ଫୁଟାଇ ଭେଣ୍ଡି ଉପରେ ଏହାକୁ ପକାନ୍ତୁ ।
ଗରମ ଗରମ ଭେଣ୍ଡିକୁ ନଡ଼ିଆ କୋରା ଓ ଧଣିଆ ପତ୍ରରେ ସଜାଇ ଖାଇବାକୁ ଦିଅନ୍ତୁ ।
ଦହି-ମସଲା-ଭେଣ୍ଡି କେମିତି ଲାଗିଲା?
ଭଲ ବହୁତ ଭଲ
