ଚିକେନ ଥାଇ ଫ୍ରାଏ
ଆମିଷ ସ୍ନାକସରେ ଚିକେନ ଥାଇ ଫ୍ରାଏ ବହୁତ ଭଲ ଲାଗିଥାଏ। ଏହାର କ୍ରିସପୀ ଅନ୍ଦାଜ ପାଗଳ କରିଦିଏ। ଏହାକୁ ଆପଣ ଘରେ ବି ସହଜରେ ତିଆରି କରିପାରିବେ। ଚାଲନ୍ତୁ ଜାଣିବା ଚିକେନ ଥାଇ ଫ୍ରାଏ ରେସିପି।
ଆବଶ୍ୟକ ସାମଗ୍ରୀ :
୪ଟି ଚିକେନ ଥାଇ, ଅଧ ଚାମଚ ରସୁଣ ପାଉଡର, ୨ଟେବଲସ୍ପୁନ ଅଲିଭ ଅଏଲ, ଅଧ ଚାମଚ ଇଟାଲିଆନ ସିଜନିଂ, ଅଧ ଚାମଚ ଗୋଲମରିଚ ଗୁଣ୍ଡ, ଅଧ ଚାମଚ ଲଙ୍କା ଗୁଣ୍ଡ, ଅଧ ଚାମଚ ପିଆଜ ଗୁଣ୍ଡ, ସ୍ବାଦାନୁସାରେ ଲୁଣ।
ପ୍ରସ୍ତୁତ ପ୍ରଣାଳୀ :
କ୍ରିସପୀ ଚିକେନ ଥାଇ ତିଆରି କରିବା ପାଇଁ ପ୍ରଥମେ ମାଇକ୍ରୋୱେଭକୁ ୧୮୦ ଡିଗ୍ରୀରେ ପ୍ରି-ହିଟ କରନ୍ତୁ। ଚିକେନ ଥାଇକୁ ଭଲ ଭାବେ ଧୋଇ ସଫା କରନ୍ତୁ। ଏକ ବେକିଂ ଟ୍ରେକୁ ଚିକ୍କଣ କରି ଏହା ଉପରେ ବଟର ପେପର ପକାନ୍ତୁ। ଅନ୍ୟ ଏକ ପାତ୍ରରେ ରସୁଣ ଗୁଣ୍ଡ, ଇଟାଲିଆନ ସିଜନିଂ, ଗୋଲମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ମିଶ୍ରଣ କରି ମସଲା ପ୍ରସ୍ତୁତ କରନ୍ତୁ। ବେକିଂ ଟ୍ରେରେ ଚିକେନ ଥାଇ ରଖି ଭଲ ଭାବେ ସେଟ କରନ୍ତୁ ଓ ଉପରେ ତେଲ ସିଞ୍ଚନ୍ତୁ। ମସଲାକୁ ଚିକେନ ଥାଇ ଉପରେ ଭଲ ଭାବେ ରଖି ଏହାକୁ ୪୦ ମିନିଟ ମାଇକ୍ରୋୱେଭରେ ବେକ କରନ୍ତୁ। ନିର୍ଦ୍ଧାରିତ ସମୟ ପରେ ଚିକେନ ଥାଇକୁ ପ୍ଲେଟକୁ ବାହାର କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କ୍ରିସପୀ ଚିକେନ ଥାଇ। ଏହାକୁ ଗରମ ଗରମ ପରଷନ୍ତୁ।
