ଚିକେନ ବୁଖାରା
ଆବଶ୍ୟକ ସାମଗ୍ରୀ :
୭୫୦ ଗ୍ରାମ ଚିକେନ, ଅଧ କପ ଦହି, ୧ କପ କଟା ପିଆଜ, ୧ କପ ଟମାଟୋ ପ୍ୟୁରି, ୧ ଟେବଲସ୍ପୁନ ଅଦା-ରସୁଣ ପେଷ୍ଟ, ୧ ଟେବଲସ୍ପୁନ ବାଦମ ଓ କାଜୁ ପେଷ୍ଟ, ୭ରୁ ୮ ଟି ଶୁଖିଲା ଆଳୁ ବୁଖାରା, ୧ କପ ତେଲ, ୧ ଟେବଲସ୍ପୁନ ତନ୍ଦୁରୀ ମସଲା, ୧ ଟେବଲସ୍ପୁନ କର୍ଣ୍ଣଫ୍ଲୋର, ୧ ଟିସ୍ପୁନ ଗୋଲମରିଚ ଗୁଣ୍ଡ, ଅଧ ଟିସ୍ପୁନ ହଳଦୀ, ଅଧ ଟି-ସ୍ପୁନ ଗରମ ମସଲା, ଅଧ ଟି-ସ୍ପୁନ ଲଙ୍କା ଗୁଣ୍ଡ, ଅଧ ଟି-ସ୍ପୁନ କଶ୍ମର ଲଙ୍କା ଗୁଣ୍ଡ ଓ ସ୍ବାଦାନୁଦସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ :
ଏକ ଗିନାରେ ଚିକେନକୁ ଅଦା ରସୁଣ ପେଷ୍ଟ, ଦହି, ତନ୍ଦୁରୀ ମସଲା, ଲୁଣ ଓ କର୍ଣ୍ଣଫ୍ଲୋରରେ ଗୋଳାଇ ମାରିନେଟ କରି ରଖନ୍ତୁ। ଅନ୍ୟୁନ ଦୁଇ ଘଣ୍ଟା ଏହାକୁ ଘୋଡ଼ାଇ ରଖନ୍ତୁ। ପ୍ୟାନରେ ତେଲ ଗରମ କରି ଏଥିରେ କଟା ପିଆଜ ପକାଇ ଭାଜନ୍ତୁ। ଏହାପରେ ଦୁଇ ମିନିଟ ପରେ ଅଦା ରସୁଣ ପେଷ୍ଟ ପକାଇ କଞ୍ଚା ସ୍ମେଲ ଗଲା ଯାଏ ଭାଜନ୍ତୁ। ଏବେ ଏଥିରେ ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, କଶ୍ମୀର ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ପକାନ୍ତୁ। ଏହାପରେ ଟମାଟୋ ପ୍ୟୁରି ପକାଇ ତେଲ ଛାଡ଼ିବା ଯାଏ ଗୋଳାନ୍ତୁ। ଏବେ ବଳକା ଦହି, ବାଦାମ ଓ କାଜୁ ପେଷ୍ଟ, ଆଳୁ ବୁଖାରେ ପକାଇ ଭାଜନ୍ତୁ। ଅନ୍ୟ ଏକ ପ୍ୟାନରେ ତେଲ ପକାଇ ଚିକେନକୁ ମଧ୍ୟମ ଆଞ୍ଚରେ ଫ୍ରାଏ କରନ୍ତୁ। ଏବେ ଏହି ଚିକେନ ଓ ଏକ କପ ପାଣି ଗ୍ରେଭି ପ୍ୟାନରେ ପକାନ୍ତୁ। ଏହାକୁ ୧୦ ମିନିଟ ଯାଏ ଘୋଡ଼ାଇ ସିଝିବାକୁ ଛାଡ଼ନ୍ତୁ। ଶେଷରେ ଏଥିରେ କସୁରୀ ମେଥୀ ଓ ଗରମ ମସଲା ପକାନ୍ତୁ। ଦୁଇ ମିନିଟ ରାନ୍ଧିବା ପରେ ଗ୍ୟାସ ବନ୍ଦ କରନ୍ତୁ। ଏହାକୁ ରୁଟି, ପରଟା କିମ୍ବା ଭାତ ସହିତ ଗରମ ଗରମ ପରଷନ୍ତୁ।
