ବମ୍ବେ ମସଲା ସ୍ୟାଣ୍ଡୱିଚ
ଆବଶ୍ୟକ ସାମଗ୍ରୀ :
ବ୍ରେଡ, ସିଝା ଆଳୁ, ଭୁଜିଆ, ବଟର, ମାୟୋନିଜ, ଟମାଟୋ ସସ, ଗ୍ରୀନ ଚଟଣୀ, କାକୁଡ଼ି ଓ ଚାଟ ମସଲା।
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ବ୍ରେଡର ଚାରପାଖ କାଟି ଦିଅନ୍ତୁ। ଏବେ ବ୍ରେଡର ଗୋଟିଏ ପାର୍ଶ୍ବରେ ବଟର ଲଗାଇ ଏହା ଉପରେ ଗ୍ରୀନ ଚଟଣୀ ପରସ୍ତ କରି ଲଗାନ୍ତୁ। ଏହା ଉପରେ କାକୁଡ଼ି ଗୋଲ କରି କାଟି ରଖି ଉପରେ ଅଳ୍ପ ଲୁଣ ଓ ଚାଟ ମସଲା ସିଞ୍ଚନ୍ତୁ। ଏବେ ଏହା ଉପରେ କଟା ପିଆଜ ଖଣ୍ଡ ରଖନ୍ତୁ। ଏବେ ଟମାଟୋ ସସ ଓ ମାୟୋନିଜ ମିକ୍ସ କରି ଏହା ଉପରେ ବୋଳନ୍ତୁ। ଏହା ଉପରେ ସିଝା କଟା ଆଳୁ ଲେୟରେ ରଖି ବ୍ଲାକ ସଲ୍ଟ, ଭୁଜିଆ ଓ ଚାଟ ମସଲା ପକାନ୍ତୁ। ଏବେ ଅନ୍ୟ ବ୍ରେଡରେ ବଟର ଲଗାଇ ଗ୍ରୀନ ଚଟଣୀ ଲଗାନ୍ତୁ। ଗ୍ରୀନ ଚଟଣୀ ଲଗାଇଥିବା ପାର୍ଶ୍ବକୁ ଭିତର ପଟକୁ ରଖି ସ୍ୟାଣ୍ଡୱିଚକୁ କଭର କରନ୍ତୁ। ଏହାକୁ ଅପାଣ ଚା’ ସହିତ ବି ଖାଇପାରିବେ। ଯଦି ଘିଅ କିମ୍ବା ବଟର ଲଗାଇ ଗ୍ରୀଲ କରିବେ, ତେବେ ଖାଇବାର ସ୍ବାଦ ଆହୁରି ବଢ଼ିଯିବ।
ଗ୍ରୀନ ଚଟଣୀ ପ୍ରସ୍ତୁତି :
ଗ୍ରୀନ ଚଟଣୀ ତିଆରି କରିବା ପାଇଁ ଧନିଆ ପତ୍ର, କଞ୍ଚାଲଙ୍କା, ବେସନ ଭୁଜିୟା, ଲୁଣ, ହେଙ୍ଗୁ ଓ ଜିରାକୁ ଗ୍ରାଇଣ୍ଡିଂ କରନ୍ତୁ। ପରେ ଏଥିରେ କିଛି ବୁନ୍ଦା ଲେମ୍ବୁ ରସ ପକାନ୍ତୁ।
