ଏପ୍ରିଲରେ ବିବାହ କରିବେ ରଣବୀର-ଆଲିଆ ! ଆରମ୍ଭ ହେଲାଣି ପ୍ରସ୍ତୁତି
ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଯୋଡିମାନଙ୍କ ମଧ୍ୟରୁ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଅନ୍ୟତମ । ପ୍ରଶଂସକମାନେ ବର୍ତ୍ତମାନ ଉଭୟଙ୍କ ବିବାହକୁ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏପ୍ରିଲରେ ବିବାହ କରିବେ ଆଲିଆ ଓ ରଣବୀର । ବିବାହକୁ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଛି । ତେବେ ଦୀର୍ଘ ଦିନ ଧରି ଆଲିଆ ଏବଂ ରଣବୀରଙ୍କ ବିବାହ ଖବର ଆସୁଥିଲା । ପୂର୍ବରୁ ଖବର ଆସିଥିଲାଯେ, ୨୦୨୧ ମସିହା ଡିସେମ୍ବରରେ ଉଭୟ ବିବାହ କରିବେ ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରଣବୀର ଏବଂ ଆଲିଆ ଚଳିତବର୍ଷ ଏପ୍ରିଲରେ ବିବାହ କରିବାକୁ ଯୋଜନା କରୁଛନ୍ତି । ଏହାସହିତ ଉଭୟ ପରିବାରରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ଘନିଷ୍ଠ ବନ୍ଧୁମାନେ କହିଛନ୍ତି ଯେ, ରଣବୀର-ଆଲିଆ ରାଜସ୍ଥାନର ରନ୍ଥାମ୍ଭୋରରେ ବିବାହ କରିପାରିବେ । କାରଣ ଉଭୟେ ଏଠାରେ ଅଧିକାଂଶ ଛୁଟି କଟାଇଛନ୍ତି ଏବଂ ଏହା ଉଭୟଙ୍କର ପ୍ରିୟ ସ୍ଥାନ । ତେବେ ବିବାହକୁ ନେଇ ଏପର୍ଯ୍ୟନ୍ତ ରଣବୀର ଓ ଆଲିଆଙ୍କ ପକ୍ଷରୁ କୌଣସି ଅଫିସିଆଲି ଘୋଷଣା କରାଯାଇନାହିଁ । ଏକ ସାକ୍ଷାତକାରରେ ରଣବୀର ବିବାହକୁ ନେଇ କହିଥିଲେଯେ, କରୋନା ମହାମାରୀ ପାଇଁ ଆମେ ବିବାହ କରିନଥିଲୁ । ଏବେ ଏପ୍ରିଲରେ ହେବା ପାଇଁ ଯୋଜନା କରାଯାଉଛି ।
