ବୃଦ୍ଧି ପାଉଛି ଫିଲ୍ମ ‘ପୁଷ୍ପା’ ଟ୍ରେଣ୍ଡ! ଇଂରାଜୀ ଭର୍ସନରେ ଶ୍ରୀବଲ୍ଲୀ ଗୀତ ଗାଇଲେ ଏମା ହେଷ୍ଟର୍ସ, ଭିଡିଓ ଭାଇରାଲ
ମୁମ୍ବାଇ : ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ପୁଷ୍ପାର କ୍ରେଜ ବିଶ୍ୱବ୍ୟାପୀ ରହିଛି । ଏହି ଚଳଚ୍ଚିତ୍ରଟି ୨ ମାସ ତଳେ ରିଲିଜ ହୋଇଥିଲା । କିନ୍ତୁ ଏବେ ପୁଷ୍ପାର ଟ୍ରେଣ୍ଡ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଛୋଟରୁ ବଡ଼ ଯାଏଁ ସମସ୍ତେ ଏହି ଗୀତରେ ନାଚି ଭିଡିଓ ବନ୍ଧମକ୍ତନ୍ତି । ସୋସିଆଲ ମିଡିଆ ଖୋଲିବା ମାତ୍ରେ ଭିଡିଓରେ ରିଲ୍ କରୁଛନ୍ତି । ବିଶେଷ କରି ଫିଲ୍କ ପୁଷ୍ପା ଗୀତ ଶ୍ରୀବଲ୍ଲୀକୁ ସମସ୍ତେ ବହୁତ ପସନ୍ଦ କରିଛନ୍ତି । ଆପଣ ନିଶ୍ଚିତ ଭାବରେ ଏହାର ତେଲୁଗୁ ଏବଂ ହିନ୍ଦୀ ଭର୍ସନ ଶୁଣିଥିବେ । କିନ୍ତୁ ବର୍ତ୍ତମାନ ଇଂରାଜୀ ଭର୍ସନ ସାମ୍ନାକୁ ଆସିଛି ।
ଇଂରାଜୀ ଭର୍ସନକୁ ଡଚ୍ ଗାୟକ ଏମା ହିଷ୍ଟର୍ସ ଗାଇଛନ୍ତି । ଏମା ଏହି ଗୀତକୁ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ସେୟାର କରିଛନ୍ତି । ଏପର୍ଯ୍ୟନ୍ତ ଏହି ଗୀତକୁ ୧ ମିଲିୟନରୁ ଅଧିକ ଦେଖି ସାରିଲେଣି । ସବୁଠାରୁ ବଡ କଥା ହେଲା ଏମା ଗୀତଟିକୁ ଏତେ ସୁନ୍ଦର ଢଙ୍ଗରେ ଗାଇଛନ୍ତି ଯେ ଶୁଣିବାକୁ ଇଚ୍ଛା ପ୍ରକାଶ କରିବେ । ଏହାସହ ୟୁଜର ଏହି ଗୀତକୁ ବହୁତ ପସନ୍ଦ କରିଛନ୍ତି ।
