ପୁଣି ଥରେ ଚର୍ଚ୍ଚାରେ ସୋନୁ ସୁଦ! ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ କୋଳରେ ଧରି ଦୌଡୁଥିବା ଭିଡିଓ ଭାଇରାଲ
ମୁମ୍ବାଇ: ଅଭିନେତା ସୋନୁ ସୁଦ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ସାମାଜିକ କାମ କରି ସମସ୍ତଙ୍କ ମନରେ ରାଜ୍ କରୁଥିବା ସୋନୁ ସୁଦଙ୍କ ମହାନତା ପୁଣି ଥରେ ଦେଖିବାକୁ ମିଳିଛି । କାର ଦୁର୍ଘଟଣାରେ ଆହତ ହୋଇଥିବା ଯୁବକକୁ କାରରୁ କାଢି ନିଜ କୋଳରେ ଧରି ଦୌଡୁଥିବା ନଜର ଆସିଥିଲେ । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଦେଖିବାମାତ୍ରେ ପ୍ରଶଂସକ ବହୁତ ବହୁତ ପ୍ରଶଂସା କରିବା ଆରମ୍ଭ କରିଛନ୍ତି । ସୂଚନା ମୁତାବକ, ପଞ୍ଜାବର ମୋଗା-ଭଟିଣ୍ଡା ରୋଡରେ ଦୁଇଟି କାର ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଥିଲା । ଏହି ବାଟରେ ସୋନୁ ସୁଦ ନିଜ ଟିମ୍ ସହିତ ଏହି ରାସ୍ତାରେ ଯାଉଥିବା ବେଳେ ଦୁର୍ଘଟଣା ଦେଖି ନିଜ କାରକୁ ଅଟକାଇଥିଲେ । କାରକୁ ଅଟକାଇ ନିଜ ଟିମ୍ ସହିତ ଦୁର୍ଘଟଣା ଘଟିଥିବା କାରରେ ଫସିଥିବା ଯୁବକକୁ ଉଦ୍ଧାର କରିଥିଲେ । ନିଜ କୋଳରେ ଆହତ ଯୁବକଙ୍କୁ ଧରି ନିଜ କାରରେ ନେଇ ହସପିଟାଲରେ ପହଞ୍ଚିଥିଲେ ।
ସୂଚନା ଯେ, ମହାମାରୀ କରୋନା ସମୟରେ ପ୍ରବାସୀ ଶ୍ରମିକଙ୍କ ଭଗବାନ ସାଜିଥିବା ସୋନୁ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଯୁବକଙ୍କ ଜୀବନ ବଞ୍ଚାଇ କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିଛନ୍ତି ।
