ରାଇରଙ୍ଗପୁର ବ୍ଲକ ସ୍ତରୀୟ ସୁରଭି କାର୍ଯ୍ଯକ୍ରମ ରାଇରଙ୍ଗପୁର
ମୟୁରଭଞ୍ଜ : ରାଇରଙ୍ଗପୁର ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରାଇରଙ୍ଗପୁର ଗୋଷ୍ଠି ସାଧନା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୋଟ ୨୪୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ସୁରଭିର ମହକ ପ୍ରତିଯୋଗିତାରେ ୧୬ ଟି ବିଭାଗ ରହିଥିଲା । ୧୬ ଗୋଟି ବିଭାଗ ମଧ୍ଯ ରୁ ପ୍ରଥମ ହୋଇଥିବା କୃତି ଛାତ୍ରଛାତ୍ରୀଙ୍କୁ ଆଗାମୀ ଚଳିତ ୯ ନଭେମ୍ବର ୨୦୨୨ ରିଖ ଜିଲ୍ଲା ସ୍ତରାୟର ସୁରଭି ପ୍ରତିଯୋଗିତାରେ ଭାଗ ନେବା ପାଇଁ ବାରିପଦାକୁ ପଠାଯିବ ବୋଲି ଏବିଇଓ କାର୍ତିକ ଚନ୍ଦ୍ର କାରୁଆ ପ୍ରକାଶ କରିଥିଲେ । ଉଦଘାଟନୀ ଉତ୍ସବରେ ରାଇରଙ୍ଗପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ସାଗର ମାଝୀ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଅପରାହ୍ନର ଅଧିବେସନରେ ମୁଖ୍ଯ ଅତିଥି ଭାବେ ରାଇରଙ୍ଗପୁର ଡିଏଫଓ ନଳିନୀ କାନ୍ତ ବେହେରା ଯୋଗ ଦେଇଥିଲେ । ଉଦଯାପନୀ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଂଜନ କୁମାର ନନ୍ଦ ଓ ସମ୍ମାନୀତ ଅତିଥିଭାବେ ଏବିଇଓ କାର୍ତିକ ଚନ୍ଦ୍ର କାରୁଆ , ଏବିଇଓ ନମିତା ସେଠି ଯୋଗ ଦେଇଥିଲେ । ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ଅଖିଳ ଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସୁରଭି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସିଆରସିସି ସୁଶାନ୍ତ ପରିକ୍ଷା , ସ୍ମୃତି ରଂଜନ ପାଣି ଓ ରବିନ୍ଦ୍ର ଚରଣ ବାରିକ୍ । ସୁରଭିର ମୁଖ୍ଯ ଆକର୍ଷଣ ସାସ୍କୃତିକ ପ୍ରତିଯୋଗି ଭାବେ ରାଇରଙ୍ଗପୁର ବ୍ଲକ୍ ପକ୍ଷରୁ ଗୋରୁମହିଷାଣୀ କସ୍ତୁରବା ଗାନ୍ଧୀ ବିଦ୍ଯାଳୟକୁ ଜିଲ୍ଲା ସ୍ତରୀୟ ସୁରଭି ପ୍ତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ କରାଯାଇଥିଲା ।
