ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହକ ଉଦଘାଟିତ
ବାରିପଦା : ସ୍ଥାନୀୟ ମୁର୍ଗାବାଡ଼ି ସ୍ଥିତ ପ୍ରୟାସ ହଲ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ମୟୁରଭଂଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଆୟୋଜିତ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହକ ଉଦଘାଟିତ ହୋଇଯାଇଛି । ଉକ୍ତ ଉତ୍ସବରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନିମନ୍ତ୍ରିତ ଅତିଥି ଭାବେ ମୟୁରଭଂଜ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଦୌଲତ ଚନ୍ଦ୍ରକାର, ଜିଲ୍ଲା ଶିକ୍ଷା ଅଧିକାରୀ ନବ କିଶୋର ଗିରି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ କୁସୁମ ବାଳା ମିଶ୍ର, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା କୃଷ୍ଣ କଳ୍ପନା ମହାନ୍ତି ଯୋଗ ଦେଇଥିଲେ । ଶିଶୁ ମାନଙ୍କ ଭିତରେ ଲୁକ୍କାୟିତ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେରେ ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କ ମଧ୍ୟରେ ସଂଗୀତ, ନୃତ୍ୟ, ବକ୍ତୃତା, କୁଇଜ଼ ଓ ପୋଷ୍ଟର ମେକିଙ୍ଗ ଇତ୍ୟାଦି ପ୍ରତିଯୋଗୀତା ସିନିୟର, ଜୁନିଅର ଓ ସବ ଜୁନିଅର ସ୍ତରରେ ଆୟୋଜିତ ହୋଇ ଯାଇଛି । ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପିଲାମାନେ ରାଜ୍ୟ ସ୍ତରୀୟ ସୁରଭି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଜଣାଯାଇଛି । ଆଜିର ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଣୀ ମମତା ମୟୀ ବିଶ୍ୱାଳ ପରିଚାଳନା କରିଥିବା ବେଳେ ଜିଲ୍ଲାର ବିଭିନ୍ନ ବିଭାଗର ପଦାଧିକାରୀ, ବିଭିନ୍ନ ଶିଶୁ ସୁରକ୍ଷା ଅନୁଷ୍ଠାନର କର୍ମକର୍ତା ଓ ସ୍ୱେଛାସେବୀ ମାନେ ଉପସ୍ଥିତ ଥିଲେ । ଅତିଥି ମାନେ ଶିଶୁ ମାନଙ୍କ ଆତ୍ମ ବିଶ୍ୱାସ ବଢାଇବା ଉଦେଶ୍ୟ ରେ ସେମାନଙ୍କୁ ସକାରାତ୍ମକ ଉପଦେଶ ମାଧ୍ୟମରେ ଉତ୍ସାହିତ କରିବା ସହିତ ସେମାନଙ୍କ ର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଉଦ୍ଦେଶ୍ୟରେ ଗୋପବନ୍ଧୁ ବାଳାଶ୍ରମର ଶିଶୁ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା ସେହିପରି କାର୍ଯ୍ୟକ୍ରମର ଦ୍ୱିତୀୟାର୍ଦ୍ଧରେ ମୟୁରଭଂଜ ଅତିରିକ୍ତ ଜିଲ୍ଲପାଳ ରୁଦ୍ର ନାରାୟଣ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓରମାସ ର ଡେପୁଟି ସିଇଓ ବିମାନ ମଲ୍ଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଧା କୃଷ୍ଣ ରାଉତ ଯୋଗ ଦେଇ ପ୍ରତିଯୋଗିତାର କୃତି ଶିଶୁ ମାନଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସୁରକ୍ଷା ଅଧିକାରୀ ମଧୁ ସୁଦନ ରଥ ଧନ୍ୟବାଦ ଅର୍ପଣ କରିଥିଲେ. ୟୁନିଟ ର ଅନ୍ୟତମ ସୁରକ୍ଷା ଅଧିକାରୀ ଅମର କୁମାର ଦେ, ପରାମର୍ଶଦାତା ଦିଲ୍ଲୀପ କୁମାର ପଣ୍ଡା, ବ୍ରଜକିଶୋର ଖୁଂଟିଆ, ନରେନ୍ଦ୍ର ନାଥ ସି, ଚନ୍ଦ୍ରଶେଖର ମହାପାତ୍ର, ଶଙ୍କର ଚନ୍ଦ୍ର କର, ଶାନ୍ତଦେବ ସାମଲ, ଅଜିତ ଦେ, ଆକ୍ସନ ଆଡ଼ ର ଜିଲ୍ଲା ସଂଯୋଜକ ପ୍ରକାଶ କୁମାର ବାରିକ ଅରୁଣା ସଂଗଠନ ର ଜିଲ୍ଲା ସଂଯୋଜକ ଲିତାରାଣୀ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ ।
