ରାବଣପୋଡ଼ି ଉତ୍ସବ ଧୁମଧାମରେ ପାଳିତ ୫ହଜାର ଲୋକଙ୍କ ସମାଗମ
ବାହାନଗା : ଶନିବାର ଦିନ ସନ୍ଧ୍ୟାରେ ବାହାନଗା ବ୍ଲକ ବାହନଗା ସ୍କୁଲ ପଡ଼ିଆରେ ନୂଆବଜାର ପୂଜା କମିଟି ତରଫରୁ ବିରାଟ ରାବଣପୋଡ଼ି ଉତ୍ସବ ପାଳିତ ହୋଇଯାଇଛି ।ଏହି ଉତ୍ସବରେ ବାହାନଗାର ବିଶିଷ୍ଟ ସମାଜସେବି ତଥା ପଥରପେଣ୍ଠ ପଂଚାୟତର ସମିତିସଭ୍ୟ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ରାଜ ଉତ୍ସବକୁ ଉଦ୍ଘାଟନ କରିଥିଲେ । ପୂଜା କମିଟିର ଅନ୍ୟ ସଦସ୍ୟମନେ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହିତ କରିବାପାଇଁ ସହଯୋଗ କରିଥିଲେ । ଉତ୍କ ଉତ୍ସବରେ ୫ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ଏହି ଉତ୍ସବକୁ ଏ ଅଂଚଳର ଗୌରବ ତଥା ରାବଣ ପୋଡ଼ିର ମାଷ୍ଟର ପ୍ରାଣବନ୍ଧୁ ଜେନା ପରିଚାଳନା କରିଥିଲେ । ଶ୍ରୀଯୁକ୍ତ ଜେନା ୩୦ବର୍ଷ ହେଲା ବାହାନଗାରେ ରାବଣପୋଡ଼ି ଉତ୍ସବ କରିବା ସହିତ ବାଲେଶ୍ୱର ଖଡ଼ଗପୁର ଏବଂ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ରାବଣପୋଡ଼ି ଉସ୍ôବ କରିଥାନ୍ତି । ଉକ୍ତ ଉତ୍ସବରେ ବାହାନଗା ବିଡିଓ ଗୌରାଙ୍ଗ ଘୋଷ ଓ ବାହାନଗା ଅତିରିକ୍ତ ତହସିଲଦାର ଅମ୍ଳାନ ନାୟକ ଉପସ୍ଥିତ ଥିଲେ । ବାହାନଗାର ଅଗ୍ନିସମ ବିଭାଗ ସହିତ ଖନ୍ତାପଡ଼ା ଏବଂ ସୋର ପୋଲିସ ଏଥିରେ ସହଯୋଗ କରିଥିଲେ । କୋଭିଡ କଟକଣା ପାଇଁ ଦିର୍ଘ ଦୁଇବର୍ଷ ପରେ ରାବଣପୋଡ଼ି ଉତ୍ସବ ହେଉଥିବାରୁ ବହୁ ଦୁରଦୁରାନ୍ତରୁ ଲୋକେ ଆସି ଉତ୍ସବକୁ ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା ।
