ବହୁ ବିଶେଷଜ୍ଞ ଡାକ୍ତ ଙ୍କୁ ନେଇ ଖୋଲିଲା ଶ୍ରୀ ଜଗନ୍ନାଥ ମେଡିସିନ୍ ଷ୍ଟୋର
ନୀଳଗିରି : ନୀଳଗିରି ପୋଡ଼ାଶୁଳ ଅଂଚଳଟି ଆଦୀବାସି ଅଂଚଳ ହୋଇଥିବାରୁ ରୋଗ ସେବା ପାଇଁ ନୀଳଗିରି ମେଡିକାଲ ଉପରେ ନିର୍ଭରଶୀଳ ହୋଇଥାନ୍ତି । ମାତ୍ର ପୋଡ଼ାଶୁଳ ବଜାରରେ ଏକ ନୂତନ ମେଡିସିନ୍ ଷ୍ଟୋର ‘ଶ୍ରୀ ଜଗନ୍ନାଥ ମେଡିସିନ ଷ୍ଟୋର’ ଖୋଲିଥିବା ବେଳେ ଉକ୍ତ ମେଡିସିନ୍ ଷ୍ଟୋରକୁ ଡା. ରାଜୀବ କୁମାର ବେହେରା ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଛନ୍ତି । ଏହି ମେଡିସିନ ଷ୍ଟୋରକୁ ବହୁ ବିଶେଷଜ୍ଞ ଡାକ୍ତର ରୋଗୀ ଦେଖିବାକୁ ଆସୁଥିବାରୁଅଂଚଳବାସୀ ବହୁ ଉପକାର ପାଇବେ ବୋଲି ସତ୍ୱାଧିକାରୀ କୈଳାସ ମହାନ୍ତି ଆଶା ରଖିଛନ୍ତି । ପି.ଆର.ଏମ. ବାରିପଦା ମେଡିକାଲ କଲେଜର ଆସିଷ୍ଟାଟ ପ୍ରଫେସର ତଥା ମେଡିସିନ ସ୍ପେଶାଲିଷ୍ଟ ଡା. ରାଜୀବ କୁମାର ବେହେରା, ଶିଶୁ ରୋଗ ବିଶେଷଜ୍ଞ ଡା. ଅସ୍ମିତ ବେହେରା, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ଅସ୍ତିଶଲ୍ୟ ବିଶେଷଜ୍ଞ ଡାକ୍ତର ଏଠାରେ ରୋଗୀ ଦେଖିବାର ବ୍ୟବସ୍ଥା କରାଯାଇଛି ।
