ବାଲିଆପାଳ କଂଗ୍ରେସର ସ୍ବାଭିମାନ ପଦଯାତ୍ରା ପଞ୍ଚମ ଦିନରେ ଜମ୍ଭୀରାଇ ପଞ୍ଚାୟତରେ ପହଞ୍ଚିଲା।
ବାଲିଆପାଳ : କଂଗ୍ରେସର ଭାରତଯୋଡଯାତ୍ରାକୁ ସଫଳ କରିବାପାଇଁ ବାଲିଆପାଳ ବ୍ଲକରେ ନବଜ୍ୟୋତି ପଟ୍ଟନାୟକ ଓ
ବିଜନ ନାୟକଙ୍କ ଆହ୍ଵାନକ୍ରମେ ଶୁକ୍ରବାର ପୂର୍ବାହ୍ନରେ ଚଉମୁଖ ପଞ୍ଚାୟତରୁ ବାଲିଆପାଳ ବ୍ଲକ ସ୍ବାଭିମାନ ପଦଯାତ୍ରା ଶୁଭାରମ୍ଭ ହୋଇ ପଞ୍ଚମ ଦିନରେ ଦକ୍ଷିଣ ବାଲିଆପାଳର ଜମ୍ଭୀରାଇ ପଞ୍ଚାୟତରେ ପହଞ୍ଚିଥିଲା।ପଞ୍ଚାୟତ ପକ୍ଷରୁ ହଜାର ହଜାର ମହିଳା ଓ ପୁରୁଷ ପଦଯାତ୍ରାରେ ସାମିଲ ହୋଇ ପ୍ରଥମ ଦିନରୁ ପଦଯାତ୍ରରେ ଥିବା ବ୍ଲକ୍ ଅଧ୍ୟକ୍ଷା ରଞ୍ଜିତା ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଜନ ନାୟକ, ୨୪ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟ ବାବାଜୀ ଦେହୁରୀ, ଯୁବ କଂଗ୍ରେସ ସଭାପତି ହୃଷିକେଶ ପଣ୍ଡା,ଡଗରା ସମିତି ସଦସ୍ୟ ମନୋଜ ଦାସ, ତୀର୍ଥ କୁମାର ନାଗ,ପଙ୍କଜ କୁମାର ସାହୁ,ବିକାଶବାରିକ, ସୁବାସ ନାୟକଙ୍କ ସହିତ ସାମିଲ ଥିବା ବହୁ ବରିଷ୍ଠ କଂଗ୍ରସ ନେତୃମଣ୍ଡଳୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ। ପଦଯାତ୍ରା କାଞ୍ଚନଖୋଳିଆ ଠାରୁ ଆରମ୍ଭ ହୋଇ ଚାଉଳୁତି ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ଏହା ୭ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ମଧ୍ୟରେ୨୮ଟି ପଞ୍ଚାୟତକୁ ପଦଯାତ୍ରାରେ ଯୋଡ଼ିବାର କାର୍ଯ୍ୟକ୍ରମ ରହିଛି ବୋଲି କଂଗ୍ରେସ ନେତା ବିଜନ ନାୟକ କହିଛନ୍ତି।ଜମ୍ଭୀରାଇ ପଞ୍ଚାୟତର ସରପଞ୍ଚ ନିଲୁବାଳା ବେହେରା,ନାଏବ ସରପଞ୍ଚ ଜୟକୃଷ୍ଣ ବେହେରା,ପଞ୍ଚାୟତ ସମିତି ସଦସ୍ୟ ସୁଦର୍ଶନ ପଣ୍ଡିତ, ତ୍ରୀଲୋଚନ ବେହେରା, ବିଜୟ କୁମାର ନାୟକ,ହରେକୃଷ୍ଣ ସେନାପତି,ଅଭିମନ୍ୟୁ ଦାସ ,ନରେନ୍ଦ୍ର ବିଶ୍ୱାଳ,ଭୀମଚରଣ ମାହାନ୍ତି, ଭାନୁଚରଣ ବାରିକଙ୍କ ସହିତ ବହୁ ପଞ୍ଚାୟତ କର୍ମୀ ଙ୍କ ପରିଚାଳନା ରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା।
