ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, କେନ୍ଦୁଝରଗଡରେ ପୁନିତ୍ ସାଗର ଅଭିଯାନ
କେନ୍ଦୁଝର : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡ ଠାରେ ଏନ୍.ସି.ସି. କ୍ୟାଡେଟ୍ଙ୍କ ଦ୍ୱାରା ପୁନିତ୍ ସାଗର ଅଭିଯାନ ଆରମ୍ଭ ହୋଇଛି । ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟସ୍ଥ ୧୪ ଓଡିଶା ବାଟାଲିୟନ୍ର କମାଣ୍ଡିଙ୍ଗ ଅଫିସର ଏମ୍.ଚନ୍ଦ୍ର. ଶେଖର ରାଓଙ୍କ ନିର୍ଦ୍ଦେଶ ଅନୁସାରେ ସୁବେଦାର ଅଶୋକ ହାବିଲଦାର, ହାବିଲ୍ଦାର ରାଜୀବ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଦ୍ୟାଳୟର ଏନ୍.ସି.ସି. କ୍ୟାଡେଟ୍ମାନେ ପରିବେଶକୁ ପ୍ଲାଷ୍ଟକ ମୁକ୍ତ କରିବା ଲକ୍ଷ୍ୟରେ ଏକ ଶୋଭାଯାତ୍ରା ଆୟୋଜନ କରିଥିଲେ । ଏହି ଶୋଭାଯାତ୍ରାରେ କ୍ୟାଡେଟ୍ମାନେ ସହରର ପ୍ରମୁଖ ସ୍ଥାନମାନଙ୍କରେ ଥିବା ଦୋକାନ, ପରିବା ଦୋକାନଗୁଡିକରେ ବୁଲି ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ଗଠନ କରିବାକୁ ସଚେତନତା ସୃଷ୍ଟି କରାଇଥିଲେ । ଏହି ଅଭିଯାନରେ ବିଦ୍ୟାଳୟର ୫୦ ଜଣ କ୍ୟାଡେଟ୍ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ଅଗସ୍ତି, ଏନ୍. ସି.ସି. ପ୍ରମୁଖ ତ୍ରିଲୋଚନ ମହାନ୍ତ ଗାଇଡ ପ୍ରମୁଖ ଶ୍ରଦ୍ଧାଜଂଳି ମହାନ୍ତ ଆଦି ସଚେତନତା ର୍ୟାଲିରେ ସହଯୋଗ କରିଥିଲେ । ଏହି ପୁନିତ୍ ସାଗର ଅଭିଯାନ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲୁ ରହିବ ଓ ବିଭିନ୍ନ ସଚେତନତା ଧର୍ମୀ କାର୍ଯ୍ୟକ୍ରମମାନ ସମ୍ପାଦିତ ହେବ ବୋଲି ପ୍ରଧାନାଚାର୍ଯ୍ୟ ସୂଚନା ଦେଇଛନ୍ତି ।
