ଆମ୍ ଆଦମୀ ପାର୍ଟି ର ଚମ୍ପୁଆ ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତା ସମ୍ମିଳନୀ
କେନ୍ଦୁଝର : ଗୁରୁବାର ଦିନ ଆମ୍ ଆଦମୀ ପାର୍ଟି ଚମ୍ପୁଆ ତରଫରୁ ସ୍ଥାନୀୟ ସ୍ୱାଗତ ହୋଟେଲ ଠାରେ ଆମ୍ ଆଦମୀ ପାର୍ଟି ର ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଯୋଡ଼ା ବ୍ଲକ ସଭାପତି ମନୋରଂଜନ ମହାନ୍ତ ଙ୍କ ସଂଯୋଜନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ମେଘନାଥ ମାଝୀ, ଜିଲ୍ଲା ସଂଗଠନ ସମ୍ପାଦକ ଭବାନୀ ଶଙ୍କର ମହାନ୍ତ, ଜିଲ୍ଲା ସମ୍ପାଦକ ଜିତେନ୍ଦ୍ର ପଣ୍ଡା, ଜିଲ୍ଲା ସମ୍ପାଦକ ତଥା ଚମ୍ପୁଆ ବିଧାନସଭା ର ସହ ପ୍ରଭାରୀ ଶଶାଙ୍କ ଶେଖର ସାହୁ ଉପସ୍ଥିତ ଥିଲେ । ଆମ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଖଣିଜ ସମ୍ପଦରେ ଭରପୁର ଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣଦେଖା କରୁଛନ୍ତି । ଏହି ନିର୍ବାଚନ ମଣ୍ଡଳୀରୁ ହଜାର ହଜାର କୋଟି ଟଙ୍କା ରାଜସ୍ୱ ଯାଉଥିବା ବେଳେ ନା ଆମକୁ ଭଲ ଶିକ୍ଷା ମିଳୁଛି, ନା ଭଲ ସ୍ୱାସ୍ଥ୍ୟ ବ୍ୟବସ୍ଥା ଅଛି, ନା ରୋଜଗାର ମିଳୁଛି । ଆମ ଜିଲ୍ଲା ରେ ଯେଉଁ ଖଣିଜ ପାଣ୍ଠି ଅଛି ଯଦି ସେଇ ପଇସା ସ୍ୱାସ୍ଥ୍ୟ କ୍ଷେତ୍ର ରେ ଖର୍ଚ୍ଚ କରାଯାଆନ୍ତା ତେବେ କେନ୍ଦୁଝର ଜିଲ୍ଲା ର ସମସ୍ତ ଜନସାଧାରଣ ମାଗଣା ରେ ଚିକିତ୍ସିତ ହୋଇପାରନ୍ତେ । କିନ୍ତୁ ଏ ସରକାର ର ଜନ ସାଧାରଣଙ୍କ ପ୍ରତି କୌଣସି ଆନ୍ତରିକତା ନଥିବା ଜଣାପଡେ । ତେଣୁ ଆମ୍ ଆଦମୀ ପାର୍ଟି ର ସରକାର ଆସିଲେ ବିଜୁଳି, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ର ରାଜନୀତି କରିବ ସମସ୍ତ ପ୍ରକାର ଲୋକମାନଙ୍କ ପାଇଁ ସୁବିଧା ଯୋଗାଇବ । ଭ୍ରଷ୍ଟାଚାର ମୁକ୍ତ ଚମ୍ପୁଆ ଗଠନ କରିବା ଆମ୍ ଆଦମୀ ପାର୍ଟି ଚମ୍ପୁଆ ର ମୁଖ୍ୟ ଲକ୍ଷ୍ୟ । ତେଣୁ ଆଗାମୀ ଦିନରେ ଚମ୍ପୁଆ ବିଧାନସଭା କ୍ଷେତ୍ରରେ ତୃଣମୂଳ ସ୍ତରରୁ ସଂଗଠନ କୁ ମଜଭୂତ କରିବା ଏବଂ ଆମ୍ ଆଦମୀ ପାର୍ଟି ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଙ୍କ ବାର୍ତା କୁ ସମସ୍ତ ଜନସାଧାରଣଙ୍କ ନିକଟକୁ ପହଂଚାଇବା ପାଇଁ ନିଷ୍ପତି ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଂଜୟ କୁମାର ମହାନ୍ତ, ସଦ୍ଦାମ ଆନସାରୀ, ଦିଲ୍ଲୀପ କୁମାର ମହାନ୍ତ, କାଳୀ ଚରଣ ବେହେରା, ଚନ୍ଦ୍ର ଶେଖର ଲାଗୁରୀ, ହିମାଂଶୁ ମହାନ୍ତ, ରଞ୍ଜନ ମହାନ୍ତ, ବଳରାମ ବେହେରା, ବାଲକ୍ରିଷ୍ଣା ମହାକୁଡ, ଆଦେଶ୍ୱର୍ ନାଏକ, ରାକେଶ କରୁଆ, ବିଜୟ ମହାନ୍ତ, ସୁମନ୍ତ ମହାନ୍ତ, ମହମ୍ମଦ ଫିରୋଜ, ମହମ୍ମଦ ଆଜାଦ୍,ମହମ୍ମଦ ପରୱେଜ,ମହମ୍ମଦ ଆଶିକ, ବଳରାମ ବେହେରା, ଗୋବିନ୍ଦ ମୁଣ୍ଡା, ବଳଭଦ୍ର ଆପଟ ପ୍ରମୁଖ ଯୋଗ ଦେଇଥିଲେ ।
