ଏବିଭିପି ୟୁନିଟ ତରଫରୁ ଭଗତ ସିଂ ଙ୍କ ଜନ୍ମଜୟନ୍ତୀ ପାଳନ ହୋଇଯାଇଛି
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଏବିଭିପି କାର୍ଯ୍ୟକର୍ତା ଙ୍କ ତରଫରୁ ସହିଦ ଭଗତ ସିଂ ଙ୍କ ଜନ୍ମଜୟନ୍ତୀ ପାଳନ ହୋଇଯାଇଛି, ସହିଦ ଭଗତ ସିଂ ଙ୍କ ସ୍ମୃତି କୁ ମନେପକାଇ କିପରି ଭାବେ ସେ କ୍ରାନ୍ତି ବଳରେ ଇଂରେଜ ମାନଙ୍କୁ ଥରାଇ ଦେଇଥିଲେ ଓ ଦେଶ ପାଇଁ ସହିଦ ହୋଇଯାଇଥିଲେ ସେ ବିଷୟରେ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଯାଇଛି ଶେଷରେ ସମସ୍ତ ବିଦ୍ୟାର୍ଥୀ ପୁଷ୍ପମାଲ୍ୟ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ମୟୁରଭଞ୍ଜ ବିଭାଗ ସଂଯୋଜକ ଜ୍ୟୋତି ରଞ୍ଜନ ନାଥ, କ୍ୟାମ୍ପସ ସଭାପତି ସ୍ମୃତିରଞ୍ଜନ ସାହୁ, ଉପସଭାପତି ଶୁଭମ ନାୟକ, ଅଭିଷେକ ସିଂ ସମ୍ପାଦକ ସଦାନନ୍ଦ ପୃଷ୍ଟି ଓ ଜିଲ୍ଲା ସଂଗଠନ ସମ୍ପାଦକ ସମ୍ବିତ ପ୍ରସାଦ ରାଉତ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ ।
