ମା’ ବାସନ୍ତୀ ଦୁର୍ଗା ରାମଲୀଳା ପ୍ରଚାର ସମିତିର ସମ୍ବର୍ଦ୍ଧନା ସଭା
କଟକ : ମା’ ବାସନ୍ତୀ ଦୁର୍ଗା ରାମଲୀଳା ପ୍ରଚାର ସମିତିର ଦୁଇ ଦିନିଆ ରାମଲୀଳା ଉତ୍ସବ ଓ ସମ୍ବର୍ଦ୍ଧନା ସଭା ପ୍ରତାପନଗରୀସ୍ଥ ରାମଲୀଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ଅନନ୍ତ ବେହେରାଙ୍କ ସଭାପତିତ୍ୱରେ ଓ ଧାକୁଲେଇ ଗ୍ରାମ କମିଟିର ସଭାପତି ପ୍ରମୋଦ କୁମାତ ସ୍ୱାଇଁଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ କେନ୍ଦ୍ରୀୟ ରାମଲୀଳା ପ୍ରଚାର ସମିତି ମାରୁତି ମଣ୍ଡପର ସଭାପତି ଚୈାଧୁରୀ କାଶୀନାଥ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମା’ ବାସନ୍ତୀ ଦୁର୍ଗା ରାମଲୀଳା ପ୍ରଚାର ସମିତି ଦୀର୍ଘ ୪୪ ବର୍ଷ ଧରି ରାମଲୀଳା ମଂଚସ୍ଥ କରି ସମାଜକୁ ସୁଧାରିବା ପାଇଁ ଯେଉଁ ପ୍ରୟାସ ଜାରି ରଖିଛନ୍ତି ସେଥିପାଇଁ ଧନ୍ୟବାଦର ପାତ୍ର ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡା, ସଦର ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମିରଂଜନ ମହାପାତ୍ର ଏସିପି ଚନ୍ଦନ ଘଡେଇ ପ୍ରମୁଖ ଯୋଗଦେଇ ସମିତିକୁ ପ୍ରଶଂସା କରିଥିଲେ । ଏହି ଅବସରରେ ସମସ୍ତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଲେଖକ ଭରତ ଚନ୍ଦ୍ର ବେହେରାଙ୍କ ରଚିତ ନାଟକ ତରଣୀସେନ ବଧ ଓ ଦ୍ୱିତୀୟ ରଜନୀରେ ଇନ୍ଦ୍ରଜିତ ବଧ ନାକଟ ପରିବେଷଣ କରାଯାଇଥିଲା । ସମର୍ପଣ ପରିବାର ପକ୍ଷରୁ ରାମଲୀଳା ନାଟକରେ ଭାଗ ନେଇଥିବା ବରିଷ୍ଠ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମା’ ବାସନ୍ତୀ ଦୁର୍ଗା ରାମଲୀଳା ପ୍ରଚାର ସମିତିର ନିମନ୍ତ୍ରଣ କ୍ରମେ କେନ୍ଦ୍ରୀୟ ରାମଲୀଳା ସମିତି ପକ୍ଷରୁ ସର୍ବବ୍ୟବସ୍ଥାପକ ଗୋପାଳ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଉପସଭାପତି ଅଶୋକ ଦାଶ, ଲୋକ ସଂପର୍କ ପ୍ରମୁଖ କୈଳାସ ଚନ୍ଦ୍ର ଜେନା, ପ୍ରଦୀପ୍ତ ମହାପାତ୍ର, ଦିଲ୍ଲିପ ସ୍ୱାଇଁ, ନଳିନୀ ସେନାପତି, ସୋମନାଥ ଦାସ, ଶ୍ରୀକାନ୍ତ ବେହେରା, ବିଶ୍ୱଜିତ ପଟେଲ ପ୍ରମୁଖ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।
