ନିଶାମୁକ୍ତ ସମାଜ ବିନା ପ୍ରଗତି ଅସମ୍ଭବ
ଜଳେଶ୍ୱର : ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇବଣିଆ ପଂଚାୟତର ହାଟପଡିଆଠାରେ ବିଶ୍ୱାସ ପକ୍ଷରୁ ନିଶାମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି । ହାଟପଡିଆଠାରୁ ବାସନ୍ତିପଡିଆଯାଏ ହୋଇଥିବା ର୍ୟାଲିରେ ସେ ଅଂଚଳର ଯୁବକ-ଯୁବତୀଙ୍କୁ ନେଇ ନିଶାମୁକ୍ତ ସମାଜ ଗଠନ ଲାଗି ସମସ୍ତେ ସଂକଳ୍ପ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶ୍ୱାର ସାଧାରଣ ସଂପାଦକ ସଂଗ୍ରାମ କେଶରୀ ପରିଡା ଅଧ୍ୟକ୍ଷତା କରିଥିଲେ । ସରପଂଚ ସନ୍ଦିନାରାୟଣ ଘୋଷ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଭାବେ ଏମ୍ବିକେ ମମତାରାଣୀ ଦାସ ଯୋଗ ଦେଇଥିଲେ । ବିଷ୍ଣୁପଦ ଆଚାର୍ଯ୍ୟ, ଅକ୍ଷୟ ପରିଡା, ସୁଶାନ୍ତ ଜେନା, ବାବୁଚରଣ ଜେନା, ଖଗେନ୍ଦ୍ର ନାୟକ, ସୁନିତ୍ ଚାନ୍ଦ, ସଚିଦାନନ୍ଦ ଦାସ, ସୁଧାଂସୁ ଜେନା, ଜ୍ୟେତିପ୍ରକାଶ ଦେ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
