ବିଜେପି ରାଷ୍ଟ୍ରୀୟ ସମ୍ପାଦିକା ଡ଼ଃ ଆଶା ଲାକ୍ରାଙ୍କ ଜିଲ୍ଲା ସାଂଗଠନିକ ଗସ୍ତ
ବାଲେଶ୍ଵର : ଆଜି ଏକ ଦିନିଆ ସାଂଗଠନିକ ଗସ୍ତରେ ବିଜେପି ରାଷ୍ଟ୍ରୀୟ ସମ୍ପାଦିକା ଡ଼ଃ ଆଶା ଲାକ୍ରା ବାଲେଶ୍ଵର ପହଞ୍ଚିଛନ୍ତି। ଜିଲ୍ଲା କାର୍ଯ୍ୟାଳୟରେ ସଭାପତି ଉମାକାନ୍ତ ମହାପାତ୍ର ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ ଜଣାଇଥିଲେ। ସ୍ବାଗତ ସମୟରେ ବାରିପଦା ଜିଲ୍ଲା ସଭାପତି କାନ୍ଦରା ସୋରେନ, ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ରାଜ୍ୟ ପ୍ରବକ୍ତା ଠାକୁର ରଣଜିତ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀହାର ମୋଦୀ, ପୁର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାପତି ସୁଷମା ବିଶ୍ବାଳ, ଏସସି ମୋର୍ଚ୍ଚା ସଭାପତି ମୃତ୍ୟୁଞ୍ଜୟ ଜେନା, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଉପସଭାପତି କମଳଲୋଚନ ଦାସ, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ସିପ୍ରା ମହାପାତ୍ର, ପ୍ରଶାନ୍ତି ପଣ୍ଡା, ସଂଯୁକ୍ତା ମହାପାତ୍ର, ସୁବୋଧ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀମତୀ ଲାକ୍ରା ପାଞ୍ଚଟି ସାଂଗଠନିକ ଜିଲ୍ଲାର (ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ବାରିପଦା ଓ ରାଇରଙ୍ଗପୁର) ଏକ ସମ୍ମିଳିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ଉକ୍ତ ବୈଠକରେ ସାଂଗଠନିକ ରୂପରେଖ ସହିତ ପ୍ରଧାନମନ୍ତ୍ରୀଙ୍କ “ମନ୍ କି ବାତ୍” ସର୍ବସ୍ପର୍ଶୀ ସର୍ବବ୍ୟାପୀ କରିବା ପାଇଁ ବୃହତ ଯୋଜନା ଉପରେ ବିଶେଷ କର୍ମଶାଳା ହେବ। ବୈଠକରେ ସମସ୍ତ ପାଞ୍ଚଟି ସାଂଗଠନିକ ଜିଲ୍ଲାର ଉତ୍ତରଦାୟୀ କାର୍ଯ୍ୟକର୍ତ୍ତା ମାନେ ଅଂଶଗ୍ରହଣ କରିବେ I
