ପ୍ରଧାନଶିକ୍ଷୟିତ୍ରୀ ପୁଷ୍ପାରାଣୀ ଦାସ ସମ୍ମାନିତ
କଟକ : ନୂଆବଜାରସ୍ଥିତ ନେହେରୁ ନୋଡାଲ ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ପୁଷ୍ପାରାଣୀ ଦାସ ‘ଖୋଲାଫର୍ଦ୍ଦ’ ସମ୍ବାଦପତ୍ରର ବାର୍ଷିକ ଉତ୍ସବରେ ସମ୍ମାନିତ ହୋଇଛନ୍ତି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କୁ ଉପଢୈାକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ସାଂସଦ ମୁନ୍ନା ଖାଁ, ବିଧାନସଭା ସଚିବ ଦାଶରଥି ଶତପଥୀ ଓ ସଂପାଦକ ବିମଳ କୁମାର ଭଂଜଦେଓ ପ୍ରମୁଖ ଉପସ୍ଥିତ ଥିଲେ ।
